Breaking News

ଅସହାୟ ବାପାଙ୍କୁ ପୁଅଝିଅ ଛାଡିଦେବା ଘଟଣା,ବୃଦ୍ଧ ଙ୍କୁ ଭେଟିଲେ ସିନିୟର ସିଟିଜେନ ହେଲ୍ପଲାଇନ ର କର୍ମଚାରୀ

Senior Citizen Helpline Employee Meets Older Man
ଓଡ଼ଗାଁ:- ଅସହାୟ ବୁଢ଼ା ବାପା ସୋମନାଥ ଡାକୁଆ(୮୨) ଙ୍କୁ ପୁଅଝିଅ ଏକା ଛାଡିଦେବା ଘଟଣା ବିଭିନ୍ନ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା।  ସମାଜସେବୀ ସୁକାନ୍ତ ଚୌଧୁରୀଙ୍କ ଯୋଗାଯୋଗ ରେ ଆଜି ବରିଷ୍ଠ ନାଗରିକ ସହାୟତା ନିମନ୍ତେ ଉଦ୍ଦିଷ୍ଟ ହେଲ୍ପ ଲାଇନର କର୍ମଚାରୀ ମାନେ ରଂଗଣୀପାଟଣା ସ୍ଥିତ ଡାକୁଆଙ୍କ ଘରକୁ ଆସି ଅସହାୟ ବୃଦ୍ଧ ସୋମନାଥଙ୍କ ଅବସ୍ଥା ସଂମ୍ପର୍କ ରେ ପଚାରି ବୁଝିଛନ୍ତି। 
       ବୃଦ୍ଧ ସୋମନାଥଙ୍କ ଝିଅ ସୋମନାଥଙ୍କୁ ସେବା କରିବା ପାଇଁ ଶାଶୁଘର ନୟାଗଡ଼ ର ବେଗୁନିଆ ପାଟଣା କୁ ନେଇଥିଲେ । କିନ୍ତୁ ସେବା ଭାରି ପଡିବାରୁ ସେ ସୋମନାଥଙ୍କୁ ନିଜ ଗାଁ ରଂଗଣୀପାଟଣା ରେ ଛାଡି ଚାଲିଗଲେ। ଏହି ସ୍ଥଳେ ସୋମନାଥଙ୍କ ବଡ଼ ପୁଅ ଅବସରପ୍ରାପ୍ତ ନାଲକୋ କର୍ମଚାରୀ ନିଜ ପରିବାର ସହ ଭୁବନେଶ୍ୱରରେ ରହନ୍ତି । ଯୋଗଯୋଗ କଲେ ମଧ୍ଯ ଫୋନ ଉଠାଉନାହାନ୍ତି। ସାନପୁଅ ମୃତ।  ତେଣୁ ଓଡ଼ଗାଁ ଗାୟତ୍ରୀ ପରିବାର ବୃଦ୍ଧ ସୋମନାଥଙ୍କ ସେବା କରି ଆସୁଥିଲେ।ତେଣୁ ସମାଜସେବୀ ସୁକାନ୍ତ ଚୌଧୁରୀଙ୍କ ଯୋଗାଯୋଗ ଓ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ଆଜି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ହେଲ୍ପ ଲାଇନର କର୍ମଚାରୀ ଅସହାୟ ସୋମନାଥଙ୍କ ଅବସ୍ଥା ସଂମ୍ପର୍କ ରେ ବୁଝିବା ସହ ଥଇଥାନ ର ବ୍ୟବସ୍ଥା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୁଅଝିଅ ଙ୍କ ଏଭଳି କାମକୁ ନିନ୍ଦା କରିବା ସହ ଦରକାର ପଡିଲେ ଆଇନର ସହାୟତା ନେବେ ବୋଲି କହିଛନ୍ତିି ।

ରିପୋର୍ଟ:- ଦିଲ୍ଲୀପ କୁମାର ବିଶୋଇ, ଓଡ଼ଗାଁ
ତା:-୧୯/୧୧/୨୧ -----୭,୨୦ 
Sakhigopal News,19/11/2021

Blog Archive

Popular Posts