Breaking News

ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରଶିକ୍ଷଣ ଶିବିର ; ରାଜ୍ୟ ସ୍ତରକୁ ଖେଳାଳି ଚୟନ

District level kho kho training camp; Player selection at the state level

ଡେଲାଙ୍ଗ -----  ପୁରୀ ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରଶିକ୍ଷଣ ଶିବିର ଡେଲାଙ୍ଗ ବ୍ଳକ ସ୍ଥିତ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୫ ତାରଖ ଠାରୁ  ଆରମ୍ଭ ହୋଇ ୧୧/୧୨/୨୦୨୧ ପର୍ଯ୍ୟନ୍ତ ଚାଲିବ । ବରିଷ୍ଠ ବିଭାଗର ପୁରୁଷ ଓ ମହିଳା ଖୋ ଖୋ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏହି ଶିବିରରେ ବିଭିନ୍ନ ବ୍ଳକର ଖେଳାଳି ମାନେ ଯୋଗ ଦେବାକୁ ପୁରୀ ଜିଲ୍ଲା ଖୋ ଖୋ ସଙ୍ଗର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ନିବଦେନ କରିଛନ୍ତି । ଅନୁଗୁଳ ଠାରେ ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶ୍ରେଷ୍ଠ ୧୨ ଜଣ ଖେଳାଳି ଚୟନ କରାଯିବ ବୋଲି ଜଣାପଡିଛି । ଚୌଧୁରୀ ପାର୍ଥସାରଥୀ ମହାପାତ୍ର, ତପନ କୁମାର ଦାସ, ସୂର୍ଯ୍ୟନାରାୟଣ ଜେନା, ଜୟନ୍ତ କୁମାର ରାୟ, ଚେବୀ ପ୍ରସାଦ ଦାସ ଓ ସୀତାକାନ୍ତ ରାଉତରାୟ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିବେ । ଏହି ଶିବିରରେ ଯୋଗ ଦେବାକୁ ଚାହୁଁଥିବା କ୍ରୀଡାବିତ୍ ମାନେ ୯୪୩୭୪୨୭୫୨/୭୦୦୮୮୩୮୨୮୬ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସଂଘର ସମ୍ପାଦକ ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦୨୧-----୬,୦୫   

Sakhigopal News, 23/11/2021

Blog Archive

Popular Posts