ଜଟଣୀ NDRC ହାଇସ୍କୁଲ ରେ ମୋ ସ୍କୁଲ ଯୋଜନା ର ସଫଳ ରୂପାୟନ
ଜଟଣୀ - --ଜଟଣୀ NDRC ହାଇସ୍କୁଲ 1975 ମସିହାରୁ ଆରମ୍ଭ ହୋଇଛି । ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଓଡିଆ ଏବଂ ତେଲୁଗୁ ଭାଷାରେ ପାଠ ପଢାଯାଏ। ଏହି ସ୍କୁଲ କୁ ସରକାର ମୋ ସ୍କୁଲ ଯୋଜନାରେ ସାମିଲ କରିଛନ୍ତି। ଫଳରେ ପୁର୍ବ ଅପେକ୍ଷା NDRC ହାଇସ୍କୁଲ ଉନ୍ନତି କରିଛି। ପିଲାମାନଙ୍କ ପାଇଁ ଲାଇବ୍ରେରୀ, ଇ କ୍ଲାସ ରୁମ, ଜିମ୍ ଆଦିର ସୁ ବ୍ୟବସ୍ଥା କରାଯାଇଛି। ଏହି ସ୍କୁଲ କୁ ପୋଷ୍ୟ ସ୍କୁଲ ରୂପେ ଏହି ସ୍କୁଲ ର ପୁରାତନ ଛାତ୍ର ଯଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ଗ୍ରହଣ କରିଛନ୍ତି। ସରକାରଙ୍କ ମୋ ସ୍କୁଲ ଯୋଜନାରେ ସ୍କୁଲ କେତେ ଉନ୍ନତି ହୋଇଛି ଏ ନେଇ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପରିଦର୍ଶନ ରେ ଆସିଥିଲେ। ତାଙ୍କ ସହିତ ଜଟଣୀ ବିଡିଓ , ତହସିଲଦାର, ପୌରପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆଲୁମିନି କମିଟିର ସଭାପତି ଶ୍ରୀକାନ୍ତ ପ୍ରଧାନ , ସମ୍ପାଦକ ଶିବ ମହାପାତ୍ର, ସଦସ୍ଯ ଦେବ ନାରାୟଣ ସେଠୀ , ଅର୍ଦ୍ଧେନ୍ଦୁ ଦାସ ଙ୍କ ସମେତ NDRC ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହ ରଂଜିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ଜଟଣୀ NDRC ହାଇସ୍କୁଲ ର ଉନ୍ନତି କରଣ ଯାରି ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ କହିଛନ୍ତି।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୧/୧୧/୨୦୨୧--------8,45
Sakhigopal News,11/11/2021