Breaking News

ବକଟୀ ଓ ଚିଚିଣ୍ଡା ପଞ୍ଚାୟତରେ କଂଗ୍ରେସ ର ସାଂଗଠନିକ ବୈଠକ ଅନୁଷ୍ଠିତ

Organizational meetings of the Congress have been held in Bakti and Chichinda panchayats
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବକଟୀ ଓ ଚିଚିଣ୍ଡା ପଞ୍ଚାୟତର କଂଗ୍ରେସ ଦଳ ପକ୍ଷରୁ ସାଂଗଠନିକ କର୍ମକର୍ତ୍ତା ଆନୁଷ୍ଠାନିକ ଭାବେ ମନୋନୀତ କରାଯାଇଛି।ଏଥିରେ ଚିଚିଣ୍ଡା ପଞ୍ଚାୟତର ଗଣେଶ ପଧାନ ଓ ବକଟୀ ପଞ୍ଚାୟତ ଦୋଳଗୋବିନ୍ଦ ବେହେରା ଙ୍କ ଆହ୍ବାନ କ୍ରମେ କଂଗ୍ରେସ ର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ।ଏହି ସମୟରେ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ଉଦବୋଧନ ଦେଇ ବିଜେପି ଓ ବିଜେଡି ଦଳର ବିଫଳତା, କଂଗ୍ରେସ ଦଳର ସଭ୍ୟ ସଂଗ୍ରହ କୁ ତ୍ୱରାନ୍ୱିତ କରିବା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କିପରିଭାବରେ ଅଧିକ ବିଜୟ ଲାଭ କରିବେ ତାହାରି ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସମ୍ମାନୀତ ଅତିଥି ଭାବେ ଗୋବିନ୍ଦ ସାହୁ, ମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଏଥିରେ ଗୋବର୍ଦ୍ଧନ ସେଠ, ରାମକୃଷ୍ଣ ହୋତା, ଧନେଶ୍ଵର ଭୁଏ, ଚକ୍ରଧର ମହାପାତ୍ର, ଚକାଡ଼ୋଳା ପଟେଲ, ତ୍ରିନାଥ କରନ, ମୀନା ବିଶ୍ଵାଳ, ବଳର ବାଗ, କୃଷ୍ନ ଚନ୍ଦ୍ର ମହାକୁଡ଼, ହେମନ୍ତ ରାଉତ, ସୁରେଶ ବଘାର, ଦୋଳଗୋବିନ୍ଦ ବେହେରା, ଅରୁଣ କୁମାର ସୁଆର, ନକୁଳ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ। ପରିଶେଷରେ ଦୀଲିପ କୁମାର ଦାସ ଉପସ୍ଥିତ ଥିବା ସମସ୍ତ କଂଗ୍ରେସ କର୍ମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ ,୧/୧୨/୨୦୨୧----୧୧,୦୦ Sakhigopal News,1/12/2021

Blog Archive

Popular Posts