ବିଭିନ୍ନ ଦାବି ପୂରଣ ପାଇଁ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ଦାବି ପତ୍ର
Letter from the Odisha Pipe Water Workers Union to meet various demands.
ଗଞ୍ଜାମ---ଗଞ୍ଜମ ଜିଲ୍ଲା ଆସିକା ଓ ଧରାକୋଟ ବ୍ଲକରେ କାଯ୍ୟରତ ଓଡିଶା ପାଇପ ଜଳ କର୍ମଚାରୀ ମାନେ ବିଭିନ୍ନ ଦାବି ପୂରଣ ପାଇଁ ବିଡ଼ିଓଙ୍କ ମାଧ୍ୟମରେ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନଙ୍କ ମୁଖ୍ୟ ଦାବି ଗୁଡିକ ହେଲା ତାଙ୍କୁ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ର ମାନ୍ୟତା ,ସେମାନଙ୍କ ଦଶ ବର୍ଷର ବକେୟା ପାରିଶ୍ରମିକ ଦିଆ ଯାଉ,କାଯ୍ୟକରୁଥିବା ସମୟରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ 20 ଲକ୍ଷ ଟଙ୍କା ପ୍ରଦାନ କରାଯାଉ ।ସମାନ କାମ ପାଇଁ ସମାନ ଦରମା ପ୍ରଦାନ କରାଯାଉ ଏମିତି ଆଠ ଟି ଦାବି ରହିଛି । ଏହି ଦାବି ଗୁଡିକ ପ୍ରଶାସନ ଗ୍ରହଣ ନ କଲେ ଆଗାମୀ ଦିନରେ ଜିଲ୍ଲା ମୁଖ୍ୟ କାଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଧାରଣା ଦେବା ପାଇଁ ସଙ୍ଘ ପକ୍ଷରୁ କୁହାଯାଇଛି।
ଗଞ୍ଜାମରୁ କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ, ୨୭/୧୧/୨୦୨୧ ୯,୪୫
Sakhigopal News,27/11/2021