ଭର୍ଚ୍ଚୁଆଲରେ ପଞ୍ଚାୟତ ସମିତି ନ କରିବା ପାଇଁ ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ପତ୍ର
Letter to the MLA and the Chairman of the Panchayat Samiti not to make the Panchayat Samiti in Varchual.
ସାକ୍ଷୀଗୋପାଳ----- ରାଜ୍ୟ ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା କରିଛନ୍ତି । ଏଣୁ ଶେଷ ପଞ୍ଚାୟତ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଟେ । ଏହି ବୈଠକଟି ଭର୍ଚ୍ଚଆଲ ମାଧ୍ୟମରେ ନକରିବା ପାଇଁ ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ କେତେକ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ସ୍ୱାକ୍ଷର କରି ଦେଇଥିବା ଜଣାପଡିଛି । ସେମାନେ ଯୁକ୍ତି ବାଡିଛନ୍ତି ଯେ ରାଜ୍ୟ ସରକାର କୋଭିଡ ଗାଇଡି ଲାଇନି କୋହଳ କରିଥିବା ବେଳେ ପଞ୍ଚାୟତ ସମିତି କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ପ୍ରଶାନ୍ତ ମହାପାତ୍ର, ପ୍ରକାଶ ଚନ୍ଦ୍ର ଖଟେଇ, କୃଷ୍ଣଚନ୍ଦ୍ର ବରାଳ, ଶାନ୍ତଲତା ପରିଡା, ପ୍ରମୋଦ କୁମାର ପ୍ରଧାନ, କାଳି ପ୍ରସାଦ ପଣ୍ଡା, ଜଳନ୍ଦର ସେଠୀ, ଶେଭାରାଣୀ ସାହୁ, ଜଦୁମଣୀ ପ୍ରଧାନ, ରଞ୍ଜନ କୁମାର ସାହୁ, ସଦାତନ ଭୋଇ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିନତୀ ପରିଡା, ତ୍ରିନାଥ ମହାପାତ୍ର, ରଶ୍ମିତା ପ୍ରଧାନ, ସୁକାନ୍ତ ପାତ୍ର ,ଚଞ୍ଚଳା ପାଣି, ନିରୁପମା ବେହେରା, ନିରଞ୍ଜନ ମହାରୀ , ବିଶ୍ବଜିତ ମହାପାତ୍ର,ମଳୟ ମଞ୍ଜରୀ ମୁଦୁଲି, ସୁରେନ୍ଦ୍ର ଭୋଇ,ରୀତା ପ୍ରଧାନ, ରୀନା ସେଠୀ ଓ ମୋନାଲିସା ପାଣି ପ୍ରମୁଖଙ୍କ ସ୍ୱାକ୍ଷର ଥାଇ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୧/୨୦୨୧---୯,୪୦
Sakhigopal News, 23/11/2021