Breaking News

କୋରମ ଅଭାବରୁ ୯ମ ପଞ୍ଚାୟତର ସମିତି ବୈଠକ ସ୍ଥଗିତ

 Due to the lack of quorum, the 7th panchayat committee meeting was adjourned

ସାକ୍ଷୀଗୋପାଳ------ ସତ୍ୟବାଦୀ ପଞ୍ଚାୟତ ସମିତିର ୯ମ ବୈଠକରେ କୋରମ ଅଭାବରୁ ବୈଠକକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବୁଧବାର ଅପରାହ୍ନ ୩ଟାରେ ଭଚ୍ଛୁଆଲ ମାଧ୍ୟମରେ ସତ୍ୟବାଦୀ ପଞ୍ଚାୟତ ସମିତିର ୯ମ ପଞ୍ଚାୟତ ସମିତି ବୈଠକ କରାଯିବା ପାଇଁ ସମୟ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାକୁ ଅନେକ ସରପଞ୍ଚଓ ସମତିସଭ୍ୟ ଏପରିକି ପଞ୍ଚାୟତର ସମିତିର ଉପାଧ୍ୟକ୍ଷ  ବିକ୍ରମ କୁମାର ଜେନା ବିରୋଧ କରି ଏକ ଦାବିପତ୍ର ମଙ୍ଗଳବାର ଦିନ ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଦେଇଥିଲେ  ଆଜି ଅନେକ ସରପଞ୍ଚ ଓ ସମିତିସ ଭ୍ୟ ସଭ୍ୟା ମାନେ ଭଚ୍ଚୁଆଲ ମିଟିଙ୍ଗିକୁ ବର୍ଜନ କରିଥିଲେ । ଅନ୍ୟ ପକ୍ଷେ ନିସ୍ପତି ଅନୁଯାୟୀ  ପଞ୍ଚାୟତ ସମିତି ବୈଠକ ଧାର୍ଯ୍ୟ ସମୟ ସୀମାରେ ଆରମ୍ଭ ହୋଇଥିଲା । ବୈଠକରେ  ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ବିଧାୟକଙ୍କ ପ୍ରତିନିଧି  ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ,ବ୍ଳକର ସହକାରୀ ଜେଇ ବିଶ୍ୱମୋହନ ପଟ୍ଟନାୟକଙ୍କ ସହିତ ଜେଇ ଓ ଅନ୍ୟ ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ମାତ୍ର ଭଚ୍ଚୁଆଲ ମାଧ୍ୟମରେ କୋରମ ନ ହେବାରୁ ଶେଷରେ ବୈଠକକୁ ସ୍ଥଗିତ ରଖାଯାଇଥିବା ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଆସନ୍ତା ଶୁକ୍ରବାର ଦିନ ୧୧ ଟା ସମୟରେ ପଞ୍ଚାୟତ ସମିତି ବୈଠକ ଗୃହରେ ସମସ୍ତଙ୍କ ଉପସ୍ଥିତିରେ ବୈଠକ କରାଯିବା ପାଇଁ ପିସ୍ପତି ଗ୍ରହଣ କରାଯାଇଥିବା ଶ୍ରୀ ବେହେରାଙ୍କ ଠାରୁସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୧/୨୦୨୧----୮,୩୦ 

  Sakhigopal News, 24/11/2021

Blog Archive

Popular Posts