ଧବଳେଶ୍ୱର ମେଳାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଳି
Hundreds of devotees gathered at the Dhabaleshwar fair
ସାକ୍ଷୀଗୋପାଳ----- ପବିତ୍ର କାର୍ତ୍ତିକ ମାସ ଶିବ ବୈକୁଣ୍ଠ ଚତୁର୍ଦ୍ଧଶୀରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ସ୍ଥିତ ଧବଳେଶ୍ୱର ମନ୍ଦିରରେ ବୁଧବାର ଧବଳେଶ୍ୱର ମେଳା ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡିରେ ଠାକୁରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ସକାଳୁ ମନ୍ଦିର ଦ୍ୱାର ଉନ୍ମୋଚନ, ମଙ୍ଗଳଆଳତି, ଅବକାଶ ବେଶ, ଆଳତୀ, ଉପଚାର ପରେ ବାଳଭୋଗ କରାଯିବା ପରେ ଭକ୍ତ ମାନେ ଧାଡିରେ ଦର୍ଶନ କରିଥିଲେ । ବୀରରାମଚନ୍ଦ୍ରପୁରର ୩ୟ ଓ ୪ର୍ଥ ଖଣ୍ଡି ଧବଳେଶ୍ୱର କମିଟିର ସଭାପତି ପ୍ରସନ୍ନ କୁମାର ଷଡଙ୍ଗୀ ଓ ସମ୍ପାଦକ ନାରାୟଣ ମିଶ୍ର ପ୍ରମୁଖ ମନ୍ଦିର ଠାରେ ଉପସ୍ଥିତ ରହି ଶ୍ରଦ୍ଧାଳୁଙ୍କୁ ଠାକୁର ଦର୍ଶନ କରିବାରେ ସହଯୋଗ କରିଥିଲେ । ଠାକୁରଙ୍କ ସ୍ଥାୟୀ ପୂଜକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସହିତ ଆଜି ୬ଜଣ ସେବକ କୋଠ ପକ୍ଷରୁ ଆଜି ନୁଯୁକ୍ତି କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଜଳାଭିଷେକ ଓ ଚୁଡାଘଷା ଭୋଗ କରିଥିଲେ । ଏଥିଯୋଗୁ ମନ୍ଦିର ରାସ୍ତା ଓ ଗ୍ରାମ ଦାଣ୍ଡରେ କେତେକ ଅସ୍ଥାୟୀ ଦେକାନ ଖୋଲିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧୧/୨୦୨୧---୯,୫୫
Sakhigopal News, 17/11/2021