ଓଡ଼ିଶା ପୋଲିସ ପାଇଁ ଗୈାରବ ଆଣିଲା ଗାଙ୍ଗପୁର ଥାନା ...କେନ୍ଦ୍ର ଗୃହ ବିଭାଗ ମନ୍ତ୍ରୀ ଅମିତ୍ ଶାହା ଙ୍କ ଠାରୁ ଟ୍ରଫି ଓ ମାନପତ୍ର ଗ୍ରହଣ କଲେ ଥାନାଧିକାରୀ ଧୀରେଶ କୁମାର
Gangpur police station raids Odisha police station ... Police officer Dhiresh Kumar receives trophy and certificate from Union Home Minister Amit Shah
ଭଞ୍ଜନଗର– ଓଡ଼ିଶା ପୋଲିସ ପାଇଁ ଗୈାରବ ଆଣିଲା , ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ସର୍ବଭାରତୀୟ ସ୍ତରରେ ଓଡ଼ିଶା ର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ , ଗୈାରବ ଅର୍ଜନ କରିଛି । ଲକ୍ଷ୍ନୌ ସ୍ଥିତ ପୋଲିସ୍ ମୁଖ୍ୟାଳୟ ଠାରେ ଆୟୋଜିତ ଡିଜି ସମ୍ମିଳନୀରେ , ଏହି ପୁରସ୍କାର ପାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ଓ ଟ୍ରଫି ଗ୍ରହଣ କରିଛନ୍ତି । ଓଡ଼ିଶା ପୋଲିସ ଡିଜି ଶ୍ରୀଅଭୟ ମିଶ୍ର ମଧ୍ୟ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ । ଭାରତର ବିଭିନ୍ନ ରାଜ୍ୟର ୪୮ ଥାନା କୁ ଅମିତ୍ ଶାହା ପୁରସ୍କାର ପ୍ରଦାନ କରିଥିବା ବେଳେ , ସେଥିରୁ ଦେଶର ୩ ଟି ଶ୍ରେଷ୍ଠ ଥାନା କୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମରେ ନୂଆଦିଲ୍ଲୀ ସଦର ବଜାରର ଥାନା କହ୍ନେୟା ଲାଲ୍ ଯାଦବ୍ , ଦ୍ବିତୀୟ ରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ ଓ ତୁତୀୟରେ ହରିୟଣା ରାଜ୍ୟ ର ଭାଟୁକୁଲା ଥାନା ଏମ୍ ଆଇ – ଓମପ୍ରକାଶ ଚୁଗ୍ ଯୋଗ ଦେଇ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ । ଥାନା ର ବିଭିନ୍ନ ଦିଗକୁ ଆଧାର କରି ଏକ ଟିମ୍ ଅନୁସନ୍ଧାନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏନେଇ ଥାନାଧିକାରୀ ଧିରେଶ କୁମାର ଦାସ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଅଧିବାସୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୯/୧୧/୨୦୨୧----୮,୩୦
Sakhigopal News,19/11/2021