ଧୁବ ସାରଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
Tribute meeting at Dhub Sara's Ekadashah
=
ସାକ୍ଷୀଗୋପାଳ -------ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚାୟତରେ ଥିବା ବଳପୁର ଉଚ୍ଚ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଶିକ୍ଷକ ଧୁବ ଚରଣ ସୁକାରିଙ୍କ ଏକାଦଶାହରେ ବଳପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଯେଉଁମାନେ ଧୁବସାରଙ୍କୁ ଭଲ ପାଉଥିଲେ ସେମାନେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ । ଧୁବସାରେ ବଳପୁର ଗ୍ରାମ ନୁହେଁ ଆଖ ପାଖ ଅଞ୍ଚଳ କହିଲେ ଭୁଲ ହେବ ସେ ବିଭିନ୍ନ ଅଞ୍ଚଳରେ ଶିକ୍ଷା ଦାନ ପାଇଁ ବେଶ ଜଣାଶୁଣା ଥିଲେ । ତାଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ସ୍ନେହ, ମାଡ, ଗାଳି ଦେଇ ଶିକ୍ଷା ଦାନ କରାଉଥିଲେ । ଆଜି ତାଙ୍କର ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନୀରେ ବଡ ବଡ ପଦବୀରେ ଛାତ୍ର ଛାତ୍ରୀ ମାନେ ଅଛନ୍ତି । ତାଙ୍କନିଜ ଘର ମୁଳଅଳସା ଗ୍ରାମ ପଞ୍ଚାୟତର ବଗୁଲାପାରି ଗ୍ରାମରେ ଗ୍ରାମରେ । ସେ ସବୁବେଳେ ବଳପୁର ନିଜ ଗ୍ରାମ ବୋଲି କହନ୍ତି । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ନଆସିଲେ ସାରେ ନିଜେ ତାଙ୍କ ଘରକୁ ଯାଇ ତାର କଣ ଅସୁବିଧା ସମ୍ପର୍କେ ପଚାରିବୁଝୁଥିଲେ । ଧୁବ ସାର ଅବସର ପରେ ନିଜ ବାସଭବନରେ ରହୁଥିଲେ ୍ୱୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବସନ୍ତ କୁମାର ମହାପାତ୍ର, ସୁଶିଲ କୁମାର ମିଶ୍ର, ପ୍ରମୋଦ କୁମାର ନାୟକ, ଫକିର ଚରଣ ବରାଳ, ରବ ନାରାୟଣ ବାରିକ, ଶିଖର ବେହେରା, ସତ୍ୟବ୍ରତ ଦାସ, ସୁରଜ ଗି=ରି, ସ୍ୱାଧିନ ମହାପାତ୍ର, ନୃସିଂହ ମହାପାତ୍ର, ନରେନ୍ଦ୍ର ବେହେରା, ପ୍ରକାଶ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ପ୍ରଧାନ, ବିଦ୍ୟାଳୟ ପରିଚାଳନାକମିଟି ସଦସ୍ୟ, ଓ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇ ଧୁବ ସାରଙ୍କ କଥା ମନେ ପକାଇଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧=୯/୧୧/୨୦୨୧-----୭,୨୦
Sakhigopal News, 19/11/2021