ଗୁହାଳରେ ଅଗ୍ନିକାଣ୍ଡ ଘଟି ୧ ବଳଦ, ୨ ଗାଈ ଜୀବନ୍ତ ଦଗ୍ଧ
The fire broke out in the cave, burning 1 bull and 2 cows alive.
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅର୍ନ୍ତଗତ ମାଛପଡା ଗ୍ରାମର ଜେନାସାହି ଗ୍ରାମର ଭାବେନି ଜେନାଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଳଦ ଓ ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସୋମବାର ବିଳମ୍ବିତ ରାତିରେ ଗୁହଳ ଘରେ ମଶା ମାନଙ୍କ ପାଇଁ ଦିଆଯାଇଥିବା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟି ଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆଜି ଡେଲାଙ୍ଗ ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜର ଓ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ପ୍ରାଥମିକ ଆକଳନ ରେ ଦୁଇ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଦର୍ଶାଇଥିବା ଜଣାପଡିଛି । ତୁରନ୍ତ ଉକ୍ତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସାହାର୍ଯ୍ୟ ଯୋଗାଇ ଦେବା ସହ ମୋ ଗୁହାଳ ଯୋଜନାରେ ଗୁହାଳ ଦେବା ପାଇଁ ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧୧/୨୦୨୧----୬,୫୫
Sakhigopal News, 30/11/2021