Breaking News

ସତ୍ୟବାଦୀରେ ବିଭିନ୍ନ ଦେବା ଦେବୀ ପୀଠରେ କାତ୍ତିକ ପୂର୍ଣ୍ଣିମୀ ପାଳିତ

 The Kattik Purnimi is celebrated at various Deva Devi Peethas in Satyavadi


ସାକ୍ଷୀଗୋପାଳ-----  କାତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ନଦୀ, ତୀର୍ଥପୁଷ୍କରଣୀରେ ଡଙ୍ଗା ଭସାଇଛନ୍ତି ।  ଗ୍ରାମ ମାନଙ୍କରେ ଥିବା ଠାକୁରଙ୍କ  ଗଡିଆ, ପୋଖରୀ  ମାନଙ୍କରେ ଭୋରୁ ଭୋରୁ  ଡଙ୍ଗା ଭସାଇବା ପାଇଁ ଗହଳି ଲାଗିଥିବାର ଦେଖାଯାଇଥିଲା । ହୁଳହୁଳି ସହ ହରିବୋଲ ଧ୍ୱନିରେ ପୋଖରୀ କୂଳ କମ୍ପିଉଠିଥିଲା । ଚନ୍ଦନପୋଖରୀରେ ବିଭିନ୍ନ ରଙ୍ଗ ବେରଙ୍ଗୀର ଡଙ୍ଗା ଭାସୁଥି+ଲା । ଛୋଟ ଛଷାଟ ପିଲା ମାନେ ସୁତାରେ ଚୁମ୍ଭକ ଲଗାଇ  ପଇସା କାଡୁଥବାର ଦେଖାଯାଇଥିଲା । =ସେହିପରି ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ସକାଳୁ ଭକ୍ତ ମାନଙ୍କର ଗହଳି ଲାଗିଥିଲା । ଭକ୍ତ ମାନେ ଡଙ୍ଗା ଭସାଇବା ପରେ ଠାକୁରଙ୍କୁ ଦର୍ଶନ କରିବା ସହ  ଫୁଲମାଳ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ମଠ, ମନ୍ଦିର ମାନଙ୍କରେ ନାମଯଜ୍ଞ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । 


 ରିପୋର୍ଟ, ୧୯/୧୧/୨୦୨୧--୭,୦୦   

Sakhigopal News, 19/11/2021

Blog Archive

Popular Posts