Breaking News

ବାଇକ୍ ଧକ୍କାରେ ବୁଦ୍ଧା ଗୁରୁତର

   Buddha was seriously injured in the crash
 ଭଞ୍ଜନଗର---ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମରେ ବାଇକ୍ ଧକ୍କାରେ ଜଣେ ବୁଦ୍ଧା ଗୁରୁତର ହୋଇ ଥିବା ଜଣାପଡିଛି  । ତାଙ୍କ ନାମ  ଅରାଲୁ ଡାକୁଆ  । ଖବର ନେବାରେ ଅରାଲୁ ଘର ଆଗରେ ଠିଆ ହେଇଥିବା ବେଳେ ବାଇକ୍ ଚାଳକ  ଦୁତଗତିରେ ବାଇକ୍ କୁ ଆଣି ଭାରସାମ୍ୟ ହରାଇ ବୁଦ୍ଧା ଅରାଲୁଙ୍କୁ ଧକ୍କା ଦେବାରୁ ଅରାଲୁ ଛିଟିକି ପଡ଼ିଯାଇଥିଲେ ।  ସ୍ଥାନୀୟ ଲୋକ ଓ ସରପଞ୍ଚ  ରଙ୍କ ପ୍ରଧାନ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଇଥିଲେ ।ଏଠାରେ ଅରାଲୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତିି । ଘଟାଇଥିବା ବାଇକ୍ ଚାଳକକୁ ଗ୍ରାମବାସୀ ଅଟକ ରଖି ଭଞ୍ଜନଗର ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି  ଅଟକ ରଖିଥିବା ବାଇକ୍ ଚାଳକଙ୍କୁ ଥାନା କୁ ଆଣିଥିଲେ ।  
ଭଞ୍ଜନଗରରୁ  ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୧୧/୨୦୨୧---୯,୧୦  
Sakhigopal News,19/11/2021

Blog Archive

Popular Posts