Breaking News

ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟ ଆଗରେ ବିଜେଡିର ଧାରଣା ଓ ପ୍ରତବାଦ ସଭା


BJD rally and protest rally in front of Delang block office in protest of cooking gas price hike


ଡେଲାଙ୍ଗ ----- କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ଡେଲାଙ୍ଗ ବ୍ଲକ ବିଜୁ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଡେଲାଙ୍ଗରେ ପ୍ରତିବାଦ ଶୋଭାଯାତ୍ରା ଓ ବ୍ଲକ ସମ୍‌ୁଖରେ ଧାରଣା ଦିଆଯାଇଥିଲା । ଡେଲାଙ୍ଗ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତି ସାହୁ ଅନୁଷ୍ଠିତ ପ୍ରତିବାଦ ସଭାରେ ଅଧ୍ୟକ୍ଷତା କରିଥିଲେ । = ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା,ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ବିଜୟ କୁମାର ରାଉତରାୟ,ଡେଲାଙ୍ଗ ବ୍ଲକ ଆତ୍ମା କମିଟି ସଭାପତି ସୁଧାକର ମାର୍ଥା,ପୁର୍ବତନ ଉପାଧକ୍ଷ ଅଜୟ ରାଉତରାୟ, ବିଜେଡି ଯୁବନେତା ଦୁବାଶା ନିଶଙ୍କ,ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା,ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ,ବେରବୋଇ ବିଜେଡି ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ, ଡେଲାଙ୍ଗ ବ୍ଲକ ଯୁବ ବିଜେଡି ସଭାପତି ସୈାମ୍ୟରଞ୍ଜନ ରାଉତ,ଛାତ୍ର ବିଜେଡି ସଭାପତି ସୁଦିପ୍ତ ନାୟକ,ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳିର ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସାମଲଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଶତାଧିକ ମହିଳା ପୁରୁଷ,ଯୁବ ଓ ଛାତ୍ର କର୍ମିମାନେ ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧିକୁ  ବିରୋଧ କରି ଜଗଦଳପୁର ଗ୍ରାମ୍ୟ ଛକ ନିକଟସ୍ଥ ମା ପାଦୁକେଇ ମନ୍ଦୀର ନିକଟରୁ ଏକ ଶୋଭାଯାତ୍ରାରେ ଯାଇ  କେନ୍ଦ୍ର ବିଜେପି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଡେଲାଙ୍ଗ ବ୍ଲକ ସମ୍ମୁଖରେ  ଧାରଣା ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି ଦେବା ସହ  ଦରଦାମ ବୃଦ୍ଧି ବିରୋଧରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ରନ୍ଧନ ଗ୍ୟାସ ଦର ୫ଶହ ଟଙ୍କାକୁ ହ୍ରାସ କରିବା ଦାବୀ ଆଣି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ ପ୍ରଦାନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧୧/୨୦୨୧---୯,୨୦  

 Sakhigopal News, 22/11/2021

=

Blog Archive

Popular Posts