Breaking News

ଆଜି ବିଶ୍ବ ଏଡସ୍ ଦିବସ ... ବିଗତ ବର୍ଷ ତୁଳନା ରେ ଜିଲ୍ଲାରେ ହ୍ରାସ ପାଇଛି ଏଚ୍ ଆଇ ଭି ସଂକ୍ରମଣ


Today is World AIDS Day ... the number of HIV infections in the district is lower than last year.
ଭଞ୍ଜନଗର -  ନବେ ଦଶକରେ ଚିନ୍ତାର କାରଣ ପାଲଟିଥିଲା ମାରାତ୍ମକ ଏଡସ୍ । କ୍ରମେ ସଂକ୍ରମଣ ଧିରେ ଧିରେ ବଢ଼ିବାକୁ ଲାଗିଲା । ଦାଦନ ଶ୍ରମିକ ଏହାର ପ୍ରମୁଖ ବାହକ ଥିଲେ । ପରବର୍ତ୍ତୀ ସମୟରେ ବାହାର ରାଜ୍ୟରୁ ଆସିଥିବା କିଛି ସଂକ୍ରମିତ ଓ ଦେହଜୀବୀ ଏହାର ପ୍ରମୁଖ କାରଣ ଥିଲେ । ଅନେକ ଜୀବନ ଗଲା । କିଏ ସ୍ବାମୀକୁ ହରାଇଲା ତ' ଆଉକିଏ ବିପତ୍ନୀକ ହେଲା । ବାପା , ମା'ଛେଉଣ୍ଡ ହେଲେ ଅନେକ ସନ୍ତାନ । ଜିଲ୍ଲା ରେ ଚିନ୍ତା ବଢାଇ ଥିଲା ଏଡସ୍ ଆତଙ୍କ । ସରକାରୀ ସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ ସଚେତନ ହେଲା । ଶେଷରେ ଧିରେ ଧିରେ ନିୟନ୍ତ୍ରଣ କୁ ଆସିବାରେ ଲାଗିଲା ଏହି ରୋଗର ଭୟାବହତା । ଏବେ ଯେଉଁ ମାନେ ସଂକ୍ରମିତ ଅଛନ୍ତି , ସେମାନେ ପ୍ରାୟତଃ ସଚେତନ ହେଲେଣି । ସଂକ୍ରମଣ ର ମାତ୍ରା ସିନା ନିୟନ୍ତ୍ରଣ ହେଲା , ହେଲେ ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଏବେ ଅତୀତର ଭୁଲ୍ ପାଇଁ ଅନୁତାପ କରୁଛନ୍ତି ।
ସରକାରୀ ବ୍ୟବସ୍ଥା ପ୍ରକାରେ ଅଧିକାଂଶ ଙ୍କୁ ମଧୁବାବୁ ଯୋଜନା ରେ ସହାୟତା , ମାଗଣା ଚିକିତ୍ସା ଓ ଔଷଧ ଦିଆଯାଉଛି । ଏବେ ସେମାନଙ୍କ ଅବସାଦ ମନ ଧିରେ ଧିରେ ସକରାତ୍ମକ ଭାବନା ସୃଷ୍ଟି କରିଛି । ଏପରିକି କିଛି ଏଚ୍ ଆଇ ଭି ସଂକ୍ରମିତ , ଏବେ ଏଡସ୍ ସଚେତନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି । ଲୋକଙ୍କୁ ବୁଝାଉଛନ୍ତି , ନିଜେ କରିଥିବା ଭୁଲ୍ ଭଳି , ଆଉ କିଏ ଏଭଳି ଭୁଲ୍ ନକରନ୍ତୁ । ସରକାରୀ ତଥ୍ୟ ପ୍ରକାରେ , ଗତ ୨୦୦୦ ମସିହାର ରିପୋର୍ଟ ପ୍ରକାରେ ପଜିଟିଭ୍ ସଂଖ୍ୟା ୧୬ ଥିଲା । ପରବର୍ତ୍ତୀ ସମୟରେ ୨୦୦୯ ମସିହାରେ ଏହା ୧୬୦୨ ରେ ପହଞ୍ଚିଲା । କାଳକ୍ରମେ ବ୍ୟାପକ ସଚେତନତା ଓ ସତର୍କତା ଯୋଗୁଁ , ୨୦୧୭ ମସିହାରୁ ୨୦୨୧ ମସିହା ମଧ୍ୟରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଲା । ରିପୋର୍ଟ ପ୍ରକାରେ ୨୦୧୭ ମସିହାରେ ୬୫୯ ଜଣ , ୨୦୧୮ ରେ ୬୭୧ ଜଣ , ୨୦୧୯ ରେ ୬୭୭ ଜଣ , ୨୦୨୦ ରେ ୩୯୮ ଏବଂ ୨୦୨୧ ଚଳିତବର୍ଷ ଅକ୍ଟୋବର ମାସ ସୁଦ୍ଧା ୩୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଜିଲ୍ଲାର ଭଞ୍ଜନଗର ଏ ଆର୍ ଟି ସେଣ୍ଟର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ , ଚଳିତ ବର୍ଷ ୧୧୧ ଚିହ୍ନଟ ହୋଇଥିବା ବେଳେ , ଆଜି ପର୍ଯ୍ୟନ୍ତ ମୋଟ ୧୪୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭଞ୍ଜନଗର ଏଆରଟି କେନ୍ଦ୍ର ଅଧିନରେ ଆସିକା , ବେଲଗୁଣ୍ଠା , ଭଂଜନଗର , ବୁଗୁଡ଼ା , ଜଗନ୍ନାଥ ପ୍ରସାଦ , ପୋଲସରା , ଶେରଗଡ଼ , ସୋରଡା ଓ ଧରାକୋଟ ବ୍ଳକ୍ ସମେତ , କନ୍ଧମାଳ ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳର ଆକ୍ରାନ୍ତ ଚିହ୍ନଟ ହେବା ସହ , ସେମାନଙ୍କୁ ନିୟମିତ ଚିକିତ୍ସା ଓ ମାଗଣା ଔଷଧ ଦିଆଯାଉଛି । ସୂଚନା ପ୍ରକାରେ ଜିଲ୍ଲାର ୨୨ ଟି ବ୍ଳକ ମଧ୍ୟରୁ  ଆଜି ପର୍ଯ୍ୟନ୍ତ , ପୋଲସରା ବ୍ଳକ ରେ ସର୍ବାଧିକ ୧୨୫୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ , ଜଗନ୍ନାଥପ୍ରସାଦ ବ୍ଳକ ରେ ସର୍ବନିମ୍ନ ୨୨୪ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଂଜନଗର ଏଆରଟି କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ  ଆଜି ପର୍ଯ୍ୟନ୍ତ , ୧୪୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ , ବେଲଗୁଣ୍ଠା ବ୍ଳକ ରେ ସର୍ବାଧିକ ୩୭୬ ଜଣ ପଜିଟିଭ୍  , ଏବଂ ପୋଲସରା ବ୍ଳକ ରେ ସର୍ବନିମ୍ନ ୧୧ ଜଣ ଚିହ୍ନଟ ହୋଇଛନ୍ତି । ସମୁଦାୟ ସଂକ୍ରମିତ ଙ୍କ ମଧ୍ୟରେ ୫୮୨ ଜଣ ପୁରୁଷ , ୭୬୮ ଜଣ ମହିଳା ଓ ୧୧୦ ଜଣ ଶିଶୁ ସଂକ୍ରମିତ ଅଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୦/୧୧/୨୦୨୧---- ୯,୨୦ 
Sakhigopal News,30/11/2021

Blog Archive

Popular Posts