Breaking News

ତିନୋଟି ପଞ୍ଚାୟତରେବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ଶୁଭାରମ୍ଭ

Smart cards of Biju Health Welfare Scheme have been launched in three panchayats
 ବରଗଡ଼---  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା, ଅରଯୁଂଡା ଓ ଡାଲବ ତିନୋଟି ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ଶୁଭାରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ମହିଳା ଦଳ ର ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ ।ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ଛବି ରେ ପୁଷ୍ପମାଲ୍ଯ ଅର୍ପଣ କରିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହେଲଥ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ । ଏହି ସମୟରେ ଭେଡେନ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତେଶ ଦୋରା ଓ ସଂକ୍ରିଡା ପଞ୍ଚାୟତ ର ଇଓ ତରଣୀସେନ ଜେନା ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସହଯୋଗ କରିଥିଲେ।  ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଜିଲ୍ଲାପରିଷଦ ସଭ୍ୟ ସୁବାସ ହୋତା, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ରଣଜିତ କୁମାର ଭୋଇ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା,ଆତ୍ମା କମିଟି ର ସଭାପତି ସୁରେନ୍ଦ୍ର କର୍ମୀ, ବହୁ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ,ସଭ୍ଯାଙ୍କ ସହିତ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷମାନେ ଯୋଗ ଦେଇଥିଲେ। ଏହି ସଭା କୁ ପରିଚାଳନା କରିଥିଲେ ପୂର୍ବତନ ପେକ୍ସ ସଭାପତି ସତ୍ୟଜିତ ପୁରୋହିତ ।ଏଥିରେ ପଞ୍ଚାୟତର ବହୁ ସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସୁବତ୍ର ଚାନ୍ଦ, ସଚିନ ପୁରୋହିତ, ଦେବେନ୍ଦ୍ର ପୁରୋହିତ, ପି ରାମକୃଷ୍ଣ, ଚାଷିଗିରି ନଈ, ଶଙ୍କର୍ଷଣ ନଈ, ହାଡୁ କଠାର, କଲ୍ପନା କଠାର, ମୂରଲି ଭୋଇ ପ୍ରମୁଖ ସହଯୋଗ କରିଥିଲେ।
 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩୦/୧୧/୨୦୨୧----୧୨,୦୦
 Sakhigopal News,30/11/2021

Blog Archive

Popular Posts