Breaking News

ଗୋପବନ୍ଧୁଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ତାଙ୍କ ଷଠୀଘର ହସ୍ତାନ୍ତର

  Gopbandhu's family has handed over his house to the state government.


ସାକ୍ଷୀଗୋପାଳ---- ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମକୁ ଐତିହ ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ରକ୍ଷଣା ବେକ୍ଷଣ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହି ଅବସରରେ ସୁଆଣ୍ଡୋ ଗ୍ରାମ ଓ ଗୋପବନ୍ଧୁଙ୍କ ଷଠୀଘରର ଉନ୍ନତି କାର୍ଯ୍ୟ ଆଗେଇ ଚାଲିଛି । ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସୁଆଣ୍ଡୋ ସ୍ଥିତ ବାସଭବନକୁ ପରିବାର ମୁଖ୍ୟ ଧୀରେନ୍ଦ୍ର ନାଥ ଦାସ  ସରକାରଙ୍କୁ ସମସ୍ତ ହସ୍ତାନ୍ତର କରିଥିବାର ଜଣାପଡିଛି ।  ବାସଭବନରେ ଥିବା ପୁଣାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି, ଖଟ,ପିଢ଼ା, ଢ଼ାଳ ଓ ଦୁଇଟି ଦିପକୁ ଓବିସିସିର ଜିଏମ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଓବିସିସିର ନିର୍ବାହୀଯନ୍ତ୍ରୀ ମାଧବ ସୁନ୍ଦର ପାଢ଼ି, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ, ଟାଟା କମ୍ପାନୀର ମ୍ୟାନେଜର ଇଂ ସୁଦିପ୍ତ ସ୍ୱାଇଁ, ଆର୍କୋଲେଜିଷ୍ଟ ଅଶ୍ୱିନି କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଗୋପବନ୍ଧୁ ଦାସଙ୍କ କୂଳଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବ ଠାକୁର ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନିର୍ମିତ ଦେବାଳୟ ଗୃହକୁ ପ୍ରବେଶ କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୃହ ପ୍ରତିଷ୍ଠା, ଯଜ୍ଞ, ନାମସଂକୀର୍ତ୍ତନ, କୃଷ୍ଣ ସହସ୍ର ନାମ, ଗୀତା ପାଠ ଆଦି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ , ଗୋପବନ୍ଧୁ ପ୍ରେମୀ ଓ ଗ୍ରାମାବସୀ ମାନେ  ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦନ୍ର ସେନାପତି, ୨୮/୧୧/୨୦୨୧=---୬,୨୦    Sakhigopal News, 28/11/2021

Blog Archive

Popular Posts