ଅଙ୍ଗନବାଡି କର୍ମୀଙ୍କ ୧୨ ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଡେଲାଙ୍ଗ ବିଡିଓଙ୍କୁ ପ୍ରଦାନ
Anganwadi workers issue 12-point memorandum to Delang Video
ଡେଲାଙ୍ଗ ---- ଅଙ୍ଗନବାଡି କର୍ମୀମାନଙ୍କ ୧୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରର୍ସ ଆସୋସିଏସନ ଆହ୍ବାନକ୍ରମେ ଡେଲାଙ୍ଗ ବ୍ଲକ ଶାଖା ପକ୍ଷରୁ ସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣୀ ସାହୁ ଓ ସମ୍ପାଦିକା ମମତା ବରାଳଙ୍କ ନେତୃତ୍ୱରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ମିଳିତ ହୋଇ ଡେଲାଙ୍ଗ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ବ୍ଲକ ପରିସରରେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।ଅଙ୍ଗନବାଡି କର୍ମୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରିବା ସହ ଚାକିରୀ ସର୍ତ୍ତାବଳୀ ଲାଗୁ କରିବା ଏବଂ ସରକାରୀ ଚାକିରୀ ମାନ୍ୟତା ନ ମିଳିବା ପର୍ୟ୍ୟନ୍ତ ଅଙ୍ଗନବାଡି କର୍ମୀ ଓ ମିନି ଅଙ୍ଗନବାଡି କର୍ମୀଙ୍କୁ ଯଥାକ୍ରମେ ମାସିକ ସର୍ବନିମ୍ନ ୧୮ହଜାର ଟଙ୍କା ଓ ୯ହଜାର ଟଙ୍କା ବେତନ ପ୍ରଦାନ କରିବା, ମାର୍ଚ୍ଚ ୨୦୧୯ରେ ସରକାରଙ୍କ ଦ୍ୱାରା ଘୋଷିତ ଅବସରକାଳୀନ ସହାୟତା ରାଶି ଓ ଗ୍ରୀଷ୍ମ ଅବକାଶ ନୀତି ଲାଗୁକରିବା,ଅଙ୍ଗନବାଡି କର୍ମୀ,ମିନି ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କ ପାଇଁ ଇପିଏଫଓ,ଇଏସଆଇସି,ପେନସନ, ଗ୍ରାଚ୍ୟୁଇଟି ଓ ଡାକ୍ତରୀ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ମାନ୍ୟତା ପ୍ରଦାନ କରିବା,କରୋନାରେ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାମାନଙ୍କୁ ସରକାରଙ୍କ ଘୋଷଣା ଅନୁଯାୟୀ ୫୦ ଲକ୍ଷ ଟଙ୍କା ବୀମା ସହାୟତା ରାଶି ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ୬୦ବର୍ଷ ପର୍ୟ୍ୟନ୍ତ ମାସିକ ୭ ହଜାର ୫ ଶହ ଟଙ୍କା ଭତ୍ତା ଓ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା,ଅବସରକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ସହ ମାସିକ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରିବା,କୌଣସି ଛୁଟି ଦିନ ଅଥବା ରବିବାର ଦିନ ସରକାରୀ କାର୍ୟ୍ୟରେ ନିୟୋଜିତ କରିବା ପୂର୍ବରୁ ପ୍ରଶାସନ ତରଫରୁ ଅଙ୍ଗନବାଡି କର୍ମୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିବା ସହ ପାରିଶ୍ରମିକ ପ୍ରଦାନ କରିବା,ଗାଁ କଲ୍ୟାଣ ସମିତି କାର୍ୟ୍ୟରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ ଦେବା,ବଜାର ମୂଲ୍ୟକୁ ଦୃଷ୍ଟିରେ ରଖି ଗରମ ରନ୍ଧା ଖାଦ୍ୟର ମୂଲ୍ୟ ବୃଦ୍ଧି କରିବା, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ରାଜ୍ୟରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ସହ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ପ୍ରିପ୍ରାଇମେରୀ ଟିଚର ଏବଂ ସହାୟିକାମାନଙ୍କୁ ସହକାରୀ ପ୍ରିପ୍ରାଇମେରୀ ଟିଚର ଘୋଷଣା କରିବା,ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଭିତ୍ତିଭୂମି ତଥା ପରିବେଶକୁ ଉନ୍ନତିକରଣ କରିବା ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ୨ ଗୋଟି ୧୪.୨ କେଜି ରନ୍ଧନଗ୍ୟାସ ସିଲିଣ୍ଡର ଓ ଚୁଲା ଯୋଗାଇଦେବା ଆଦି ୧୨ ଦଫା ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଏହି ସ୍ମାରକପତ୍ର ପ୍ରଦାନବେଳେ ସଂଘର ଡେଲାଙ୍ଗ ବ୍ଲକ ଶାଖା ସଭାନେତ୍ରୀ ଜ୍ୟୋତ୍ସନାରାଣୀ ସାହୁ,ସମ୍ପାଦିକା ମମତା ବରାଳଙ୍କ ସମେତ ଲକ୍ଷ୍ମୀପ୍ରିୟା ଛାଟୋଇ,ସ୍ନେହଲତା ସ୍ବାଇଁ, ସୁପ୍ରିୟା ଚମ୍ପତ୍ତି, ବାସନ୍ତୀ ମହାରଣା ଓ ପ୍ରତିଭା ବାରିକ ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ ।

ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୧/୨୦୨୧-----୭,୩୫
Sakhigopal News,25/11/2021