Breaking News

ବିଜେଡ଼ିର ମିଶ୍ରଣ ପର୍ବ , ସାମିଲ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

Hundreds of BJP and Congress workers attended the BJP's amalgamation ceremony
     
ଭଞ୍ଜନଗର-- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ନିକଟସ୍ଥ , ମା’ ବାସଙ୍ଗଦେବୀ ଙ୍କ ଶକ୍ତି ପୀଠରେ  ବେଲଗୁଣ୍ଠା ବ୍ଳକ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ  ହୋଇଯାଇଛି । ସୋରଡ଼ା ବିଧାୟକ ପୂର୍ଣ୍ଣିଚନ୍ଦ୍ର ସ୍ବାଇଁ ଙ୍କ ଉପସ୍ଥିତିରେ କଂଗ୍ରେସ ଓ ବିଜେପି ଦଳ ତ୍ୟାଗ କରି  ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ , ବିଜେଡି ରେ ସାମିଲ ହୋଇଥିବା ନେଇ କହିଛନ୍ତି ନବାଗତ କର୍ମୀ । ଏହାସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ମିଶ୍ରଣ ପର୍ବ ,  ଭଲ ଫଳ ପ୍ରଦର୍ଶନ କରିବ ବୋଲି  ବିଧାୟକ ଶ୍ରୀ ସ୍ବାଇଁ  କହିଛନ୍ତି । ବେଲଗୁଣ୍ଠା ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ମିଶ୍ରଣ ପର୍ବ ରେ ବ୍ଳକ୍ ବିଜେଡି ର କର୍ମୀ ରାମେଶ୍ବର ପାତ୍ର , ନିକୁଞ୍ଜ ବିହାରୀ ଖଣ୍ଡୁଆଳ , ଜିଲ୍ଲାପରିଷଦ ସଦସ୍ୟ ଅମିତ୍ କୁମାର ନାୟକ ଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧୧/୨୦୨୧----୨୧/୧୧/୨୦୨୧---୯,୪୦ Sakhigopal News,21/112021

Blog Archive

Popular Posts