Breaking News

ରାୟଚକ୍ରଧରପୁର ଗ୍ରାମ ମନ୍ଦିର ପ୍ରତିଷ୍ଠା ଓ ଭାଗବତ ନାମଯଜ୍ଞ


 Raichakradharpur village temple establishment and Bhagavata namayajna
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରୟଚକ୍ରଧରପୁର ଶାସନ ଗ୍ରାମରେ ପୂଜିତ ଗ୍ରାମ୍ୟ ଦେବତା ଶ୍ରୀ ଶ୍ରୀ ଗୋପିନାଥ ଦେବ, ଗ୍ରାମେଶ୍ୱର ଲୋକନାଥ ଦେବ ଓ ଗ୍ରାମ୍ୟଦେବତୀ  ମା ଜାଗେଶ୍ୱରୀଙ୍କ ମନ୍ଦିର ଫନି ବାତ୍ୟାରେ କ୍ଷତିଗସ୍ତ ହୋଇପଡିଥିଲା । ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ମନ୍ଦିର ପୁନଃଉଦ୍ଦାର କରାଯାଇଛି । ଏହି ଅବସରରେ ୧୮ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀମଦ ଭାଗବତ ନାମଯଜ୍ଞର ପୂର୍ଣ୍ଣାହୂତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛିା ଯଜ୍ଞରେ କର୍ତ୍ତା ଭାବେ କିଶୋର ଚନ୍ଦ୍ର ଶତପଥୀ, କର୍ତ୍ତୀଭାବେଅନୀତା ମିଶ୍ର ରହିଥିବା ବେଳେ ପଣ୍ଡିତ ବସନ୍ତ କୁମାର ମିଶ୍ର ଓ ତାଙ୍କ ସହଯୋଗୀ ରିଙ୍କୁୁନାଥ ଷଡଙ୍ଗୀ ଓ ଶାନ୍ତିସୂରପ ଦାଶ ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ କରିଥିଲେ । ଯଜ୍ଞର ପୂର୍ଣ୍ଣାହୂତି ପରେ ସୁସଜିତ ବିମାନରେ ବସି ଠାକୁର ଓ ଠକୁରାଣୀ ଗ୍ରାମ ପରିକ୍ରମା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୧/୨୦୨୧----୮,୩୫  

 Sakhigopal News, 24/11/2021

Blog Archive

Popular Posts