Breaking News

ଆନ୍ତର୍ବିଭାଗୀୟ ଦିବା ରାତ୍ର ଭଲିବଲ୍ ଟୁର୍ନାମେଣ୍ଟ ” ଉଦଯାପିତ ; ବାଣିଜ୍ୟ ବିଭାଗ ଚମ୍ପିଆନ ଦଳରୂପେ ବିବେଚିତ

“Inter-Departmental Day Night Volleyball Tournament ”is celebrated; The Commerce Department is considered to be the champion team

ଜଟଣୀ------ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ECORSA), ଖୋର୍ଦ୍ଧା ରୋଡ୍, ଦ୍ୱାରା ଆୟୋଜିତ “ଆନ୍ତର୍ବିଭାଗୀୟ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଇଛି | ଅପରେଟିଂ ଏବଂ ବାଣିଜ୍ୟ ବିଭାଗ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ରେ ବାଣିଜ୍ୟ ବିଭାଗ ଟୁର୍ଣ୍ଣାମେଣ୍ଟରେ  ବିଜୟ ହାସଲ କରିଛି । ଗତ ଶନିବାର ଭଲିବଲ କମ୍ପ୍ଲେକ୍ସ, ରେଲୱେ ଷ୍ଟାଡିୟମ, ଖୋର୍ଦ୍ଧା ରୋଡ୍ରରେ ଅନୁଷ୍ଠିତ ହୋଇଥିଲା ।,   ଏହି ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ର ୧୨ ଟି ବିଭାଗ ଅଂଶଗ୍ରହଣ କରିଥିଲେ | ଗତକାଲି ୧୨ ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ରବିବାର ସକାଳେ ଦୁଇଟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବାଣିଜ୍ୟ ଏବଂ ସିଗନାଲ ଏବଂ ଟେଲିକମ୍ ବିଭାଗ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଏବଂ ସୁରକ୍ଷା ଏବଂ ଅପରେଟିଂ ବିଭାଗ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ ଟା ସମୟରେ ଅପରେଟିଙ୍ଗ ଏବଂ ବାଣିଜ୍ୟ ବିଭାଗ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । 
ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ, ବିଜେତା ତଥା ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସେ ଟ୍ରଫି ପ୍ରଦାନ କରିଥିଲେ ଏବଂ କ୍ରୀଡା ପ୍ରତି ଉତ୍ସାହ  ପାଇଁ ସମସ୍ତ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ |

ମ୍ୟାନ୍ ଅଫ୍ ଟୁର୍ନାମେଣ୍ଟ ଟ୍ରଫି ପି. ସି. ଦାସ ଅପରେଟିଂ ବିଭାଗର, ଶ୍ରେଷ୍ଠ ଡିଫେଣ୍ଡର, ଶ୍ରୀ ରବୀନ୍ଦ୍ର ମୁରୁଡ଼ି, ମେକାନିକାଲ ବିଭାଗର,  ଶ୍ରୀ ଅଫସାଲ ପି. ପି, ବାଣିଜ୍ୟ ବିଭାଗର, ଶ୍ରେଷ୍ଠ ଆଟାକ୍ରର ଟ୍ରଫି ହାସିଲ କରିଥିଲେ |

ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ, ଅନ୍ୟ ଶାଖା ଅଧିକାରୀ ଏବଂ କର୍ମଚାରୀ ମାନେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |

ଆନ୍ତର୍ବିଭାଗୀୟ ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶନାରେ ପରିଚାଳିତ ହୋଇଥିଲା । ସମସ୍ତ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ, କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ଏବଂ ଖୋର୍ଦ୍ଧା ରୋଡ଼ କ୍ରୀଡ଼ା ସଙ୍ଗଠନର ସଦସ୍ୟ ମାନେ ସଂଯୋଜନା କରିଥିଲେ।

ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୯/୧୧/୨୦୨୧----୭,୩୦
 Sakhigopal News,29/11/2021

Blog Archive

Popular Posts