ଦୀର୍ଘ ଦିନର ଚାଷୀ ଆନ୍ଦୋଳନ ପରେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ;ତିନି କଳା କୃଷି ଆଇନ ଉଠାଇଲେ
After a long period of peasant agitation, the central government bowed to the peasant movement and lifted three black agricultural laws.
ସାକ୍ଷୀଗୋପାଳ ----- ଦୀର୍ଘ ଦିନ ଦାବି ସହ ଚାଷୀଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଚାଷୀ ମାନଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଛନ୍ତି ବୋଲି ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର ଏକ ବୈଠକରେ କହିଛନ୍ତି । ତିନିଗୋଟି କଳା କୃଷି ଆଇନକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହୃତ ଐତିହାସିକ ନିସ୍ପତିକୁ ନୀଳାଚଳ କୃଷକ ମହାସଂଘ ବୈଠକ ମାଧ୍ୟମରେ ସ୍ୱାଗତ କରିଛି । ସତ୍ୟବାଦୀ ବ୍ଳକର ବଳରାମପୁର ଗଡ ପଞ୍ଚାୟତର ଗେଣ୍ଡାମାଳି ଗ୍ରାମର ମା ତାରିଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ବୈଠକରେ ପରଜାପଡା ପଞ୍ଚାୟତର ସମ୍ପାଦକ ରାମଚନ୍ଦ୍ର ସ୍ୱ।।ଇଁ ଅଧ୍ୟକ୍ଷତା କରିଥିଲେ । ଭାଗିରଥି ବରାଳଙ୍କ ପ୍ରସ୍ତାବ ଅନୁଯାୟୀ ଦିଲ୍ଲୀରେ ଆନ୍ଦୋଳନରେ ସହିଦ ହୋଇଥିବା ଶତାଧିକ ଚାଷୀଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଚାଷୀଙ୍କ ଆନ୍ଦୋଳନ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଲେ ବୋଲି ବୈଠକରେ ଯୋଗ ଦେଇଥିବା କୃଷି ନେତାଙ୍କ ସହ ମହାସଂଘର ସଭାପତି ଗୋପୀନାଥ ମିଶ୍ର ପ୍ରକାଶ କରିଛନ୍ତି । ପ୍ରତି ପଞ୍ଚାୟତରେ ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ସହିତ ଜିଲ୍ଲା ପରିଷଦ ସଭ୍ୟ ଜିତାଇବା ପାଇଁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା । । ବୈଠକରେ ନିମାପଡାର ବ୍ଳକ ସଭାପତି ମାଧବ ମଲ୍ଲିକ, ସମନ୍ନୟ କମିଟିର ଅଧ୍ୟକ୍ଷ ଗୁଣନିଧି ପାତ୍ର, ପ୍ରଦୀପ୍ତ ରାଉତ, ବସନ୍ତ କୁମାର ମହାପାତ୍ର, ଲକ୍ଷ୍ମୀଧର ପାତ୍ର., ପ୍ରତାପ ପାଇକରାୟ, ପ୍ରାକ୍ତନ ଶିକ୍ଷକ ସୁଦାମ ଚରଣ ବାରିକଙ୍କ ସହିତ ପିପିଲି, ପୁରୀ ସଦର, କଣାସ, ଡେଲାଙ୍ଗ, ପିପିଲି, ବ୍ରହ୍ମଗିରୀ ଓ ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥିଙ୍କ ସହିତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ । ଅଳଗୁମ ପଞ୍ଚାୟତର ସଭାପତି ତଥା ପଲ୍ଲିକବି ରାଜ କିଶୋର ସାହୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୧୧/୨୦୨୧--- ୮,୫୦