ସାମ୍ବାଦିକଙ୍କ ମାତୃ ବିୟୋଗ
ଭଞ୍ଜନଗର ----ଭଞ୍ଜନଗର ଅଞ୍ଚଳରେ ପରିଚିତ କାର୍ଯ୍ୟରତ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତା ରେବତୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା। ସେ ଗତ ଏକ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ। ମୃତ୍ୟୁ ଶର୍ଯ୍ଯ ନିକଟରେ ପୁତ୍ର ରାମକୃଷ୍ଣ, ଜୟକୃଷ୍ଣ, ବୋହୁ ରୁନି, ପ୍ରିୟଙ୍କା ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପରାୟଣା,ମିଷ୍ଠ ଭାଷୀ ଓ ପରୋପକାରୀ ମହିଳା ଥିଲେ । ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ସଂସ୍କାର ଭଞ୍ଜନଗର ଜଳଭଣ୍ଡାର ନିକଟ ବେଲେଶ୍ଵର ଶ୍ମଶାନ ପୀଠରେ ସମ୍ପର୍ଣ୍ଣ ହୋଇଛି।ଶେଷ ଯାତ୍ରା ସମୟରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨/୮/୨୦୨୧। ----୮,୪୦
Sakhigopal News,2/8/2021