ବେଆଇନ ମଦ ଭାଟି ଊପରେ ଅବକାରୀ ବିଭାଗର ଚଢାଉ : ୪୦ଲିଟର ବେଆଇନ୍ ମଦ ଜବତ , ୨ ଗିରଫ
ଭଞ୍ଜନଗର--- ଦୀର୍ଘଦିନ ଧରି ବେଆଇନ୍ ଭାବେ ଚାଲିଥିଲା ଦେଶୀ ମଦ ତିଆରି କାରଖାନା । କୈଣସି ସୁତ୍ରରୁ ଖବର ପାଇ ଭଂଜନଗର ଅବକାରୀ ବିଭାଗ ଚଢ଼ାଉ କରଛି । ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଓ ଧେଢାପଲ୍ଲୀ ଗ୍ରାମ ନିକଟ ଜଙ୍ଗଲରେ ବେଆଇନରେ ଭାବେ ମଦ ରନ୍ଧା ଚାଲିଥିବା ବେଳେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିଥିଲା । ୪୦ ଲିଟର ଦେଶି ମଦ , ରନ୍ଧାମଦରେ ବ୍ୟବହୃତ ସରଞ୍ଜାମ ଜବତ ସହ ୭୦୦ଲିଟର ପୋଚ ନଷ୍ଟ କରାଯାଇଥିଲା । ୨ ଜଣଙ୍କୁୁ ଗିରଫ କରିଛି ଅବକାରୀ ବିଭାଗ । ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦ୍ଦେଶକ୍ରମେ , ଆସିକା ରେଞ୍ଜ ଅଧିକାରୀ ଧରେନ୍ କୁମାର ବେହେରା ଙ୍କ ତତ୍ବାବଧାନରେ ଭଞ୍ଜନଗର ଅବକାରୀ ବିଭାଗ ଅଧିକାରୀ ରମ୍ବା ବାଗ ସହଯୋଗ ରେ ଏହି ଚଢାଉ କରାଯାଇଥିଲା । ଏଏସଆଇ ରାମେଶ୍ବର ବେହେରା , କନେଷ୍ଟବଳ ସନାତନ ନାହାକ , ଜଗନ୍ନାଥ ମହାପାତ୍ର , ସୁବଳ ପ୍ରଧାନ , ଏବଂ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଏହି ଚଢାଉରେ ସାମିଲି ଥିଲେ । ଗିରଫ ଅଭିଯୁକ୍ତ ହେଲେ ଧୋଢାପଲ୍ଲୀ ଗ୍ରାମର ମନୋଜ ସେଠୀ ଓ ଅଲାଡ଼ି ଗ୍ରାମର ଡାକ୍ତର ଗୈାଡ ବୋଲି ଜଣାପଡିଛି । ଖବର ନେବାରେ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଆଇନ ଭାବେ ରନ୍ଧାମଦଭାଟି ଚାଲିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଭଞ୍ଜନଗର ଅବକାରୀ ବିଭାଗ ଜୋରଦାର ଧରପଗଡ଼ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବେଆଇନ ଭାବେ ମଦ ତିଆରି କରୁଥିବା ବେପାରୀ ମାନଙ୍କ ମନରେ ଛନକା ପଡିଛି । ଦୁଇ ଦିନ ପୂର୍ବରୁ ଭଞ୍ଜନଗର ଥାନା ଅନ୍ତର୍ଗତ ବିରିପଦର ଗ୍ରାମ ନିକଟ ରାଇପଲ୍ଲୀ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ ଘରେ ବିଭିନ୍ନ କମ୍ପାନିର ନକଲି ବିଦେଶୀ ମଦ ତିଆରି ଚାଲିଥିବା ବେଳେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଥିଲା । ଏହା ବିଭାଗ ପାଇଁ ବଡ ସଫଳତା ବୋଲି ଅଞ୍ଚଳରେ ଆଲୋଚନା ର ବିଷୟ ବସ୍ତୁ ପାଲଟିଛି । ଏହି ଚଢାଉ ଜାରି ରହିବ ବୋଲି ଭଞ୍ଜନଗର ଅବକାରୀ ଅଧିକାରୀ ରମ୍ଭା ବାଗ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୧/୮/୨୦୨୧-----୯,୧୦