ଗୋଶାଳାରେ ଗହ୍ମାପୂର୍ଣ୍ଣମୀ ପର୍ବ ପାଳିତ
ସାକ୍ଷୀଗୋପାଳ ---- ପଟ୍ଟନାୟିକିଆ ଛକ ସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦଜିଉ ଗୋଶାଳାରେ ଗହ୍ମାପୂର୍ଣ୍ଣିମୀ ପର୍ବ ପାଳିତ ହୋଇଯାଇଛି । ସକାଳୁ ସକାଳୁ ଗୋଶାଳାର କର୍ମଚାରୀ ଓ ଅନୁଷ୍ଠାନର ସଭାପତି ମହେଶ୍ୱର ପ୍ରଧାନ ଗାଇ ମାନଙ୍କୁ ହଳଦୀ, ତେଲ ଲଗାଇ ଗାଧୁଆ ପାଧୁଆ କରାଇବା ପରେ = ସେମାନଙ୍କୁ ସିନ୍ଦୁର, ଚନ୍ଦନ, ଫୁଲ ନୂତନ ବସ୍ତ୍ର ପରିଧାନ କରାଇବା ସହ ରାକ୍ଷୀ ବନ୍ଦନ କରାଇଥିଲେ । ମିଷ୍ଟାନ୍ନ ଲଡୁ ଖାଇବାକୁ ଦେଇ ପୂଜାର୍ଚ୍ଚନା କରିଥିଲେ । ମାଧ୍ୟାହ୍ନରେ ପିଠା, ଖେଚୁଡି, ଡାଲି ତରକାରୀ ଆଦି ଭୋଗ କରାଯାଇଥିଲା । ଗୋଶାଳା ଆରମ୍ଭ ହେବା ଦିନ ଠାରୁ ସଭାପତି ଶ୍ରୀ ପ୍ରଧାନ ଗହ୍ମାପର୍ବ ପାଳନ କରି ଆସୁଛନ୍ତି ବୋଲି କହନ୍ତି । ଦୁଇ ବର୍ଷ ହେବ କରୋନା ଯୋଗୁ ଫିକା ପଡିଯାଇଛି । ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଏକ ଗୋମାତାଙ୍କୁ ଉନା ସେଠୀ ଓ ହରି ମହାପାତ୍ର ରକ୍ଷା ବନ୍ଦନ କରିଥିଲେ । ସେହିପରିବିଭିନ୍ନ ଗ୍ରାମ ଓ ମଠ ମାନଙ୍କରେ ଗହ୍ୱପର୍ବ ପାଳିତ ହୋଇଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୮/୨୦୨୧---୭,୪୫
Sakhigopal News, 22/8/2021