ସୁବାଷଙ୍କ ପାଇଁ ସାତ ସପନ ହୋଇଛି ଆବାସ ଯୋଜନା; ଜରିପାଲତଳେ ଦୁଇବର୍ଷ
ଡେଲଙ୍ଗ ------ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଚାଇଁପୁର ପଞ୍ଚାୟତର ସଡାଙ୍ଗୋଇ ପଶ୍ଚିମବାଡ ଗ୍ରାମରେ ସୁବାଷ ଚନ୍ଦ୍ର ସାମନ୍ତରାୟଙ୍କ ପରିବାର ଦୁଇ ବର୍ଷ ହେବ ଜରିପାଲ ତଳେ ଜୀବନ ବିତାଉଛନ୍ତି । ବାତ୍ୟା ‘ନିକୁ ୟା ଭିତରେ ଦୁଇ ବର୍ଷ ବିତିଲାଣି । ନାମିଳିଛି ଘରଭଙ୍ଗା ସହାୟତା ନା ଆବାସ ଯୋଜନା । ସୁବାଷଙ୍କ ପାଇଁ ରାଜ୍ୟ ସରକାରଙ୍କ ‘ନି ସହାୟତା ଓ ଆବାସ ଯୋଜନା ଏବେ ସାତ ସପନ ହୋଇଛି । ଶେଷ ଥର ମ୍ମ ତଦନ୍ତ କରାଗଲା ମାତ୍ର ଅଧିକାରଙ୍କୁ ହାତଗୁଞ୍ଜା ନ ଦେବାରୁ ସେମାନଙ୍କ ନର୍ଜର ଏ ପରିବାର ଉପରେ ପଡିଲା ନାହିଁ । ‘ନି ତାଲିକାରୁ ସୁବାଷ ପଡିଲେ ବାଦ ବୋଲି କହନ୍ତି । ଅତି ଦୟନୀୟ ଅବସ୍ଥାରେ ଜରିପାଲ ତଳେ ପରିବାରକୁ ନେଇ ରହୁଥିବା ସୁବାଷଙ୍କ ପକ୍ଷେ ଆବାସ ଯୋଜନା ପାଇବାର ଆଶା ଦିନକୁ ଦିନ ମଉଳି ଯିବାରେ ଲାଗିଛି । ତଦନ୍ତ ପରେ ତଦନ୍ତ ଚାଲିଛି ମାତ୍ର ସବୁବେଳେ ସୁବାଷ ବାଦ ପଡୁଛନ୍ତି ତାଲିକାରୁ । ସୁବାଷଙ୍କର ଏହି ଦୟନୀୟ ଅବସ୍ଥା ଦେଖି ତାଙ୍କୁ ସମବେଦନା ଓ ସାନ୍ତ୍ୱନା ଜଣାଇଛନ୍ତି ତଦନ୍ତ କରିବାକୁ ଆସୁଥିବା ଅଧିକାରୀ ମାନେ ଅନ୍ୟପଟେ ରାଜନେତା ଠାରୁ ଆରମ୍ଭକରି ସରକାରୀ ଅଧିକାରୀ ମାନେ ଘରଭଙ୍ଗା ସହାୟତା ନିଶ୍ଚିତ ମିଳିବ ଓ ତୁମେ ଆବାସ ଯୋଜନାରେ ଘର ଖଣ୍ଡେ ପାଇବ ଭରସା ଦେଇ ଦିନ ପରେ ଦିନ ଗଡାଇ ଚାଲିଛନ୍ତି । ଯାହା‘ଳରେ ମହାବାତ୍ୟା ‘ନି ପରଠାରୁ ଜରିପାଲ ତଳେ ଦୁଇବର୍ଷ ବିତିଥିଲେ ସୁଧା ଆବାସ ଯୋଜନା ପାଇବା ତାଙ୍କ ପକ୍ଷେ ସାତସପନ ହୋଇ ପଡିଛି । ଡେଲାଙ୍ଗ ବ୍ଲକରେ ନୁତନ ଭାବେ ଯୋଗଦେଇଥିବା ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଓ ତହସିଲଦାର ମହେନ୍ଦ୍ର କୁମାର ବଢେଇ ଜରିପାଲତଳେ ରହୁଥିବା ଅସହାୟ ସୁବାଷଙ୍କ ସମସ୍ୟା ସମ୍ପର୍କରେ ତଦନ୍ତ କରି ଘରଭଙ୍ଗା ଓ ଆବାସ ଯୋଜନା ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବି ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନ ଦାବି କରିଛନ୍ତି । ଡେଲଙ୍ଗ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୧---୯,୫୦ Sakhigopal News, 23/8/2021