Breaking News

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଆଲୋଚନାଚକ୍ର


ଭଞ୍ଜନଗର ---ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ର ଛାତ୍ରୀ ଙ୍କୁ ନେଇ ମଙ୍ଗଳବାର ସ୍ଥାନୀୟ ବନ ବିହାର ପରିସରରେ ସାଂପ୍ରତିକ ପରିସ୍ଥିତି ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥି ସହ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉତ୍ସବରେ କଲେଜର ଅଧ୍ୟକ୍ଷ ଡ଼.ସୁବାସ ଚନ୍ଦ୍ର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନେ ସର୍ବଦା ନିର୍ଭୀକ ଏବଂ ସଚ୍ଚୋଟ ହେବାକୁ ପଡିବ ବୋଲି କହିଥିଲେ ।ଏହା ଦ୍ୱାରା ସମାଜ ର ମଙ୍ଗଳ ହୋଇପାରିବ। ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ଅଧ୍ୟକ୍ଷ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ବାବୁଲା ପ୍ରଧାନ ଆଲୋଚନାରେ ଭାଗ ନେଇ ବର୍ତ୍ତମାନ ପରିସ୍ଥିତିରେ ଗଣମାଧ୍ୟମ ସଂସ୍ଥା ଗୁଡିକ ରେ ନିଯୁକ୍ତି ରେ ବ୍ୟାପକ ସୁଯୋଗ ରହିଛି ବୋଲି କହିଥିଲେ।ଛାତ୍ର ଛାତ୍ରୀ ମାନେ ନିଷ୍ଠା ର ସହ କାର୍ଯ୍ୟକଲେ ଭବିଷ୍ୟତରେ ଗଣମାଧ୍ୟମ ସଂସ୍ଥା ରେ ସେମାନଙ୍କୁ ଉପଯୁକ୍ତ ସ୍ଥାନ ମିଳିପାରିବ। ଶେଷ ବର୍ଷ ଛାତ୍ର ସୁମନ କୁମାର ରଣା ସଭା କୁ ସଂଯୋଜନା କରିଥିବା ବେଳେ ଛାତ୍ର ମନୀଷା ବିଶ୍ୱାଳ,ଅନିତା ବେହେରା, ମଧୁସ୍ମିତା ନାୟକ, ଗୀତାଞ୍ଜଳି ପ୍ରଧାନ,     ସାଲିନୀ ନାୟକ, ଛାତ୍ର ଜୁଗୁନୁ ପ୍ରଧନ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଛାତ୍ର ଅମୀର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛାତ୍ର ବିକାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଟୁଲୁ ସ୍ୱାଇଁ, ସନ୍ତୋଷ ବିଷୋୟୀ, ଚିନ୍ତାମଣି ବିଷୋୟୀ, ଦିପୁ ପ୍ରଧାନ, ସାଗର ପ୍ରଧାନ, ଅଜୟ ପ୍ରଧାନ, ଦୀପକ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩୧/୮/୨୦୨୧---୯,୧୦
 Sakhigopal News31/8/2021

Blog Archive

Popular Posts