Breaking News

ନାଇଜରର ଦଶମ ସ୍ନାତକ ମହୋତ୍ସବ ଅନୁଷ୍ଠିତ


 -ଜଟଣୀ: ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ପ୍ରତିଷ୍ଠାନ ଜାତୀୟ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ନାଇଜର) ଭୁବନେଶ୍ୱର ତାର ଦଶମ ସ୍ନାତକ ମହୋତ୍ସବ କରୋନା ନିୟମକୁ ମାନି ପାଳନ କରିଛି । ଏହି ମହୋତ୍ସବରେ ସଭାପତିତ୍ୱ କରିଥିଲେ ନାଇଜରର ବୋର୍ଡ ଅଫ୍ ଗଭର୍ଣ୍ଣସର କାର୍ଯ୍ୟକାରୀ ସଭାପତି ତଥା ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ଅଧ୍ୟକ୍ଷ ଡ. ଅଜିତ୍ ମହାନ୍ତି । ସଭାପତି ଭାଷଣରେ ଡ. ମହାନ୍ତି କହିଲେ ଯେ ନାଇଜର ଭଳି ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜ୍ଜନ କରିଥିବା ପ୍ରତିଷ୍ଠାନରୁ ସ୍ନାତକୋତର ଡିଗ୍ରୀ ଗ୍ରହଣ କରି ନିଜର ଜ୍ଞାନକୁ ଦେଶ ତଥା ଜନହିତରେ ଲଗାଇଲେ ତାହା ବିଜ୍ଞାନକୁ ପ୍ରକୃତ ପ୍ରତିଦାନ ହେବବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପିୟୁଟିର ପ୍ରାକ୍ତନ କୁଳପତି ପ୍ରଫେସର ଓଁକାର ନାଥ ମହାନ୍ତି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିଥିବା ବୈଜ୍ଞାନିକ ମାନଙ୍କ ସ୍ମୃତି ଚାରଣ କରିଥିଲେ । ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ନାଇଜର ଶିକ୍ଷା ଓ ଗବେଷଣାର ବିବରଣୀ ପାଠ କରିଥିଲେ । ନାଇଜରର କୁଳସଚିବ ଡ. ଅଭୟ ନାୟକ କହିଲେ ଯେ ଏଇ ବର୍ଷ ୯୧ ଜଣ ଏମ ଏସ ସି ଏବଂ ୨୦ ଜଣ ପି ଏଚ୍ ଡି ଡିଗ୍ରୀ ଗ୍ରହଣ କରୁଛନ୍ତି । ଏମାନଙ୍କ ଭିତରୁ ଶ୍ରୀଯୁକ୍ତ ପ୍ରଖର ଗୁପ୍ତା ଏବଂ କୁମାରୀ ସ୍ୱାତୀ ଶାହା ମୁଖ୍ୟଅତିଥିଙ୍କ ଠାରୁ ସ୍ୱର୍ଣ୍ଣପଦକ ଗ୍ରହଣ କରିଥିଲେ । ମିସ୍ ଶ୍ରୀଲକ୍ଷ୍ମୀ କାଲାଥିଲ, କୁମାର ସାନିଧ୍ୟ ଶୁକ୍ଳା ଏବଂ ଅଭିଷେକ କୁମାରଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏତଦ ବ୍ୟତୀତ ବିଜ୍ଞାନ କ୍ଷେତ୍ରରେ ନିପୁଣତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏଣ୍ଡାଉମେଂଟ ଆୱାର୍ଡ ପ୍ରଦାନ କରାଯାଇଥିଲା ।

ଉତ୍ସବରେ ପ୍ରତିଷ୍ଠାନର ଆସେସିଏଟ୍ ଡିନ୍ ଡ. କାର୍ତିକେଶ୍ୱର ସେନାପତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ଡିନ୍ ଡ. ପ୍ରଣୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ. ଦେବସ୍ମିତା ଆଲୋନେ । ଜଟଣୀରୁ =ରଙ୍ଗନାଥ ବେହେରା, ୨୮/୮/୨୦୨୧---୯,୩୦    Sakhigopal News, 28/8/2021



Blog Archive

Popular Posts