ଶ୍ରୀକୃଷ୍ଣପୁର ପ୍ରକଳ୍ପ ବିଦ୍ୟାଳୟ ଏବେ ପାଲଟିଛି ଠିକାଦାରଙ୍କ କାର୍ଯ୍ୟାଳୟ
ରଣପୁର------ରାଜ୍ଯରେ ମହାମାରୀ ପ୍ରଭାବ ଯୋଗୁଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ମାସ ଧରି ପାଠପଢା ବନ୍ଦ ରହିଛି । ପିଲାମାନେ ଘରେ ରହି ପାଠ ନପଢି ଖେଳ କୁଦ ରେ ବ୍ୟସ୍ତ ରହୁଛନ୍ତି। ଅନେକ ବିଦ୍ୟାଳୟ ପରିଷର ବଣ ଜଙ୍ଗଲ ରେ ପରିଣତି ହୋଇଛି । ଯାହାକି ମନେ ହେଉଛି ଏକ ଭୂତ କୋଠୀ । ଆଉ କେତେକ ବିଦ୍ୟାଳୟ ଗାଈ ଛେଳି ଙ୍କର ଆବାସ ସ୍ଥଳୀପାଲଟିଛି । ବିଦ୍ୟାଳୟ ରେ ଠିକାଦାର କାର୍ଯ୍ୟାଳୟ ଚଲାଇବା ବ୍ଳକ ଶିକ୍ଷା ଅଧିକାରୀ ଓ ଶିକ୍ଷକ ମାନଙ୍କ କର୍ତ୍ତବ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଶ୍ରୀକୃଷ୍ଣପୁର ପ୍ରକଳ୍ପ ବିଦ୍ୟାଳୟ ରେ । ବିଦ୍ୟାଳୟ ଶ୍ରେଣୀ ଗୃହରେ ତାଲା ଖୋଲାଯାଇ ଠିକାଦାର ଙ୍କ କାର୍ଯ୍ୟାଳୟ ପାଲଟିଛି । ଗୈାରାଙ୍ଗପୁର ବିଦ୍ୟୁତ୍ ଫିଡର ରେ କାର୍ଯ୍ୟକରୁଥିବା ଠିକାଦାର ବିଦ୍ୟାଳୟ ରେ ନିଜର କାର୍ଯ୍ୟ ଚଲାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବିଦ୍ୟାଳୟ ବନ୍ଦ ଥିବା ବେଳେ ବିଦ୍ୟାଳୟ ଳର ଚାବୀକାଠି ଶିକ୍ଷକ ଙ୍କ ପାଖରେ ରହିବା କଥା । କିନ୍ତୁ ଠିକାଦାର ଚାବୀ ପାଇଲେ କେଉଁଠୁ ? ।ଏ ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରେ ସେ କୁହନ୍ତି ମୁଁ ଦେଖୁଛି କାହା ଅନୁମତି ରେ ଶିକ୍ଷକ ତାଲା ଖୋଲି ଠିକାଦାର ଙ୍କୁ କାର୍ଯ୍ୟାଳୟ କରିବାକୁ ଅନୁମତି ଦେଇଛନ୍ତି ।
ରଣପୁରରୁ ରାକେଶ ଚନ୍ଦ୍ର ପାଢ଼ୀ ଙ୍କ ରିପୋର୍ଟ,୨୪/୮/୨୦୨୧_--- ୫,୦୦ Sakhigopal News,24/8/2021