Breaking News

ସତ୍ୟବାଦୀର ଐତିହ୍ୟ ବକୁଳବନ, ସମାଧୀପୀଠ, ସତ୍ୟବାଦୀ ହାଇସ୍କୁଲ ଓ ସାକ୍ଷୀଗୋପିନାଥମନ୍ଦିର ବୁଲିଲେ ଦୁଇ କେନ୍ଦ୍ରୀୟ ମନ୍ତ୍ରୀ


 ସାକ୍ଷୀଗୋପାଳ ------ ସତ୍ୟବାଦୀର ଐତିହ୍ୟ ବକୁଳବନ, ପଞ୍ଚସଖାଙ୍କ ସମାଧୀପୀଠ, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ସାକ୍ଷୀଗୋପିନାଥ ମନ୍ଦିର ବୁଲଥିିଲେ  କେନ୍ଦ୍ରୀୟ ମନ୍ତ୍ରୀ ।  ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ସତ୍ୟବାଦୀର ବିଜେପି କର୍ମୀ ମାନେ ଶିକ୍ଷାମନ୍ତ୍ରୀ ଭାରତ ସରାକର ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଫୁଲତୋଡା ଦେଇ ଏକ ମଟର ସାଇକେଲ ର‌୍ୟାଲିରେ ବକୁଳବନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।  ଯିବା ବାଟରେ ସାକ୍ଷୀଗୋପାଳ ବଡବଜାର କମିଟିର ସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଶଙ୍କର ପ୍ରଧାନଙ୍କ କୃଷ୍ଣଚନ୍ଦ୍ର ସାହୁଙ୍କ ସହିତ ବିଭିନ୍ନ କର୍ମକର୍ତ୍ତା ଓ ବଜାରର ବ୍ୟବସାୟୀ ମାନେ   ଦୁଇ ମନ୍ତ୍ରୀଙ୍କୁ ôଫୁଲତୋଡା ଦେଇ ସ୍ୱାଗତ କରିବା ସହିତ  ସତ୍ୟବାଦୀରେ ପ୍ରସ୍ତାବିତ ଓଭରବ୍ରିଜ ସ୍ଥାନ ପରିବର୍ତ୍ତନ କରିବା ପାଇଁ ରେଳମନ୍ତ୍ରୀଙ୍କୁ ଏକ ଦାବି ପତ୍ର ଦେଇଥିଲେ । ବକୁଳବନ, ସମାଧିପୀଠ ସହିତ ବିଦ୍ୟାଳୟ ବୁଲିବା ସମୟରେ  ବିଦ୍ୟାଳୟ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ସହିତଆଲେଚନା କରିଥିଲେ । ବିଦ୍ୟାଳୟର ୧୧୪ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କୁ ଆଣିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନକହିଥିଲେ । 

ସାକ୍ଷୀଗୋପିନାଥ ମନ୍ଦିର ଦର୍ଶନ କରିବା ସମୟରେ ସେବାୟତ ସଂଘ, ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର କୋଠଭୋଗ ପାଇଁ ଗହମ ପାଇଁ ୫ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ।  ମନ୍ଦିର ସମ୍ମୁଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାପରେ ସେଠାରେ ଜନସାଧାରଙ୍କୁ ଉଦବୋଧନ ଦେଇଥିଲେ । ସତ୍ୟବାଦୀର  ବିଭିନ୍ନ ସଂଗଠନ ପକ୍ଷରୁ  ମନ୍ତ୍ରୀଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ଆଶିତ ପଟ୍ଟନାୟକ, ଓମ ପ୍ରକାଶ ମିଶ୍ର, ସମ୍ବିତ ପାତ୍ର, ମାନସ ମହାନ୍ତି, ରେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡା, କାମାକ୍ଷା ପ୍ରସାଦ ପ୍ରଧାନ, ପ୍ରାଚୁର୍ଯ୍ୟ ହୋତା, ବିଷ୍ଠଞ୍ଜୟ ମତଗଜସିଂ ଦେଓ, ରମା ରଞ୍ଜନ ବଳିୟାରସିଂ, ଦୀପକ ଶତପଥୀ, ବିଶ୍ୱଜିତିମହାପାତ୍ର, ଜାନକୀ ବଲ୍ଲଭ ମିଶ୍ରଙ୍କ ସହିତ ସତ୍ୟବାଦୀ ଓ କଣାସ ବ୍ଳକର ମଣ୍ଡଳ ସଭାପତି ଓ ବିଜେପି ଦଳର ଯୁବମୋର୍ଚ୍ଚା, ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ସଭାରେ ସଂଯୋଜନା କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୮/୨୦୨୧----=୬,୦୦  

 Sakhigopal News, 19/8/2021

Blog Archive

Popular Posts