ଆନନ୍ଦ ସଙ୍ଗୀତାୟନର ୫୫ତମ ମାସିକ ଭଞ୍ଜ ସଙ୍ଗୀତ ଆସର
ଭଞ୍ଜନଗର - ଆନନ୍ଦ ସଙ୍ଗୀତାୟନର ୫୫ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠାନର ଲାବଣ୍ୟବତୀ କଳାମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ସଙ୍ଗୀତ ଗୁରୁଶ୍ରୀ ଲୋକନାଥ ମହାନ୍ତିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଙ୍ଗୀତ ସନ୍ଧ୍ୟାର ଉଦ୍ଘାଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି ପ୍ରଶାନ୍ତ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସ୍ୱଷ୍ଟ କରି ସମସ୍ତ ଶ୍ରୋତା ତଥା ଅତିଥିଙ୍କୁ ସାଦର ସ୍ୱାଗତ ଜଣାଇଥିଲେ । ଉଦ୍ଘାଟକ ଶ୍ରୀଯୁକ୍ତ ମହାନ୍ତି ପାରମ୍ପରିକ ସଙ୍ଗୀତର ପ୍ରଚାର ତଥା ମହନୀୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ସଙ୍ଗୀତ ପରିବେଷଣରେ ଅନୁଷ୍ଠାନର ଶିଳ୍ପୀ ରଶ୍ମିତା, ସ୍ନିଗଧା, ସ୍ମିତା, ସୁଧା, ଚିନ୍ମୟୀ, ପୁଷ୍ପା, ଶ୍ରୀରେଖା, ଦିପ୍ତାଂଶୁ ଦେବୀଙ୍କ ସମେତ ସଙ୍ଗୀତଞ୍ଜ ଲୋକନାଥ ମହାନ୍ତି ଏବଂ ଶ୍ରୀମାନ ଗଣେଶ ପ୍ରମୁଖ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ । ତବଲା ଏବଂ ମର୍ଦ୍ଦଳ ବାଦନରେ ଦିବାକର ପ୍ରଧାନ ଏବଂ ଶ୍ରୀମାନ ସାଗର ନାୟକ ସହଯୋଗ କରିଥିଲେ । ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଅଶୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୮/୨୦୨୧----୮,୨୦ Sakhigopal News,22/8/2021