Breaking News

ବାରମ୍ବାର ବିଦ୍ୟୁତ କାଟକୁ ନେଇ ଜନଅସନ୍ତୋଷ, କାର୍ଯ୍ୟାଳୟରେ ତାଲାପକାଇ କଂଗ୍ରେସକର୍ମିଙ୍କ ବିକ୍ଷୋଭ ଓ ବଜରଙ୍ଗୀ ସେବା ସଂଘର ୧୩ ଦଫା ଦାବି ପ୍ରଦାନ


 ଜଟଣୀ--- ଜଟଣୀରେ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାସହ ଗୁରୁବାର ଜଟଣୀ କଂଗ୍ରେସ କମିଟି ପକ୍ଷରୁ ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟର ଯନ୍ତ୍ରୀ କକ୍ଷରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେହିପରି ସ୍ୱେଛାସେବୀ ସଂଗଠନ ବଜରଙ୍ଗୀ ସେବା ସଂଘ ପକ୍ଷରୁ ମଧ୍ୟ ଅନୁରୁପଭାବେ ୧୩ ଦଫା ଦାବି ପ୍ରଦାନ କରାଯାଇଛି । ବ୍ୟବସାୟୀକ ସହର ଜଟଣୀ । ଏଠାରେ  ବର୍ଷ ବର୍ଷ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ସେସକୋ,ଫେଡକୋ ପରେ ଏବେ ଟାଟା ପାୱାର ସଂସ୍ଥା ବିଦ୍ୟୁତ ପରିଚାଳନାରେ ବିଫଳ ହୋଇଛି ।  ଘଣ୍ଟା ଗଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ କର୍ମଚାରୀମାନେ ବିଦ୍ୟୁତ ଉପଭୋକ୍ତା =ମାନଙ୍କ ଫୋନ ଉଠାଉନଥିବା ଅଭିଯୋଗ ହେଉଛି । ସେହିପରି ପ୍ରତିମାସରେ ବିଦ୍ୟୁତବିଲ ଆଦାୟ କରିବା ପରିବର୍ତେ ୩ରୁ ୬ ମାସ ବିଳମ୍ବରେ ଗ୍ରାହକମାନଙ୍କଠାରୁ ବିଲ ଆଦାୟ କରୁଛନ୍ତି । ଫଳରେ ଗ୍ରାହକମାନେ ଏକ କାଳିନ ବିଦ୍ୟୁତବିଲ ଦେବାରେ ଅସମର୍ଥ ହେଉଛନ୍ତି । ଅନ୍ୟ ପକ୍ଷେ  ଲୋ ଭୋଲଟେଜ ସମସ୍ୟା ଦେଖା ଦେଉଥିବା ବେଳେ ଦିନଦିନ ଧରି ଏହାର ସମାଧାନ କରାଯାଇ ପାରୁନାହିଁ । ଫଳରେ ଲୋକମାନେ ଅନ୍ଧାର ମଧ୍ୟରେ ରହୁଛନ୍ତି । ଅଭିଯୋଗ କଲେ କେହି ଶୁଣୁନାହାନ୍ତି । ଚଳିତ ମାସରେ ଜଟଣୀ ନଗର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏହାକୁ ଖାତିର ନକରି ପୁଣି ସେହି ସମସ୍ୟାକୁ ଅଣଦେଖା କରିଚାଲିଛି ଟାଟା  ବିଦ୍ୟୁତ ବିଭାଗ । ତେବେ ଏନେଇ ଗୁରୁବାର ଜଟଣୀ ନଗରକଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜଙ୍କ ତତ୍ୱାବଧାନରେ କଂଗ୍ରେସ କର୍ମିମାନେ ବିଦ୍ୟୁତ କାର୍ଯ୍ୟାଳୟରେ କର୍ମଚାରୀ =ମାନଙ୍କୁ ପଦାକୁ ବାହାର କରି ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ କର୍ମଚାରୀମାନେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ । ତେଣୁ ବିଦ୍ୟୁତ ବିଭାଗର ଏସଡିଓ ପହଁଚି ସ୍ୱତନ୍ତ୍ର ବୈଠକ ମାଧ୍ୟମରେ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେବାପରେ ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କଂଗ୍ରେସ କମିଟି ମିଡିଆସେଲ  ସଭାପତି ଜିତେନ୍ଦ୍ରିୟ ରଥ ପରିଚାଳନା କରିଥିଲେ । ସେହିପରି  ବିଦ୍ୟୁତ କର୍ମଚାରୀମାନଙ୍କ କାର୍ଯ୍ୟରେ ଅବହେଳା ଏବଂ ବିଦ୍ୟୁତ ବିଭ୍ରାଟକୁ ନେଇ ଜଟଣୀର ସ୍ୱେଛାସେବୀ ସଂଗଠନ ବଜରଙ୍ଗୀ ସେବାସଂଘ ପକ୍ଷରୁ ୧୩ ଦଫା ଦାବି ରାଜ୍ୟ ସରକାରଙ୍କ ୫ଟି ସଚିବ, ଶକ୍ତି ମନ୍ତ୍ରୀ,ଜିଲାପାଳ ପ୍ରଭୃତିଙ୍କୁ ଦାବି ପ୍ରଦାନ କରିଛନ୍ତି । ଯଦି ୧୫ଦିନ ମଧ୍ୟରେ ଦାବିସମୁହ କାର୍ଯ୍ୟକାରୀ ନହୁଏ, ତେବେ ଆନ୍ଦୋନାତ୍ମକ ପନ୍ଥାଗ୍ରହଣ କରାଯିବ ବୋଲି ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ କହିଛନ୍ତି ।

, ୨୬/୮/୨୦୨୧---୮,୩୫ 

 Sakhigopal News, 26/8/2021


Blog Archive

Popular Posts