ଏଆରଆଇଙ୍କ ମାଡ ଘଟଣା ଯବନିକା ପଡିବାକୁ ଯାଉଛି
ସାକ୍ଷୀଗୋପାଳ--- ସତ୍ୟବାଦୀ ତହସିଲ ଅଧିନସ୍ଥ ଜଣେ ସହକାରୀ ରାଜସ୍ୱ ନୀରିକ୍ଷକଙ୍କ ଉପରେ ଜାତିଅଣା ଓ ମାଡ ଗାଳି ହୋଇଥିବା ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଏହକୁ ନେଇ ସତ୍ୟବାଦୀରେ ବେଶ ସରଗରମ ହୋଇପଡିଥିଲା ରାଜନୀତି । ଶେଷରେ ଏଆରଆଇ ସତ୍ୟବାଦୀ ଥାନାରେ ଜଣାଇଛନ୍ତି ସେମାନଙ୍କ ମଧ୍ୟରେ ହୋଇଥିବା ମନମାଳିନ ତୁଟିଯାଇଛି । ଏଣୁ ସେ ଅଭିଯୋଗ କରିଥିବା ବା ହୋଇଥିବା କେସ ଏହିଠାରେ ବନ୍ଦ କରିବା ପାଇଁ ସତ୍ୟବାଦୀ ଥାନା ଅଧିକାରୀଙ୍କୁ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି । ଏହା କେତେଦୁର ସତ୍ୟ ତାହା ଆଗାମି ଦିନହିଁ କହିବ ।
ସାକ୍ଷୀଗୋପାଳରେ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୧--୮,୦୦ Sakhigopal News, 24/8/2021