Breaking News

ମଧୁବନ ଗ୍ରାମ ପଞ୍ଚାୟତର ବର୍ଷୀୟାନ କଂଗ୍ରେସ ନେତା ରବି ସ୍ୱାଇଁଙ୍କ ଦେହାନ୍ତ


  ସାକ୍ଷୀଗୋପାଳ --- ଦେଵସ୍ନାନ ପୂର୍ଣ୍ଣିମା ଦିନ  ମଧୁବନ ଗ୍ରାମ ପଞ୍ଚାୟତର ବର୍ଷୀୟାନ କଂଗ୍ରେସ ନେତା ରବୀନ୍ଦ୍ରନାଥ ସ୍ୱାଇଁ ଙ୍କର୮୧ ବର୍ଷ  ବୟସରେ ଦେହାନ୍ତ ହୋଇ ଯାଇଛି। ସେ  ମଧୁବନ ପଞ୍ଚାୟତ ସମେତ ପଶ୍ଚିମ ସତ୍ୟବାଦୀ ର ଜଣେ  ଜଣା ଶୁଣା ଟାଣୁଆ କଂଗ୍ରେସ ନେତା ଥିଲେ। ପ୍ରାୟ ୧୫ ବର୍ଷ କାଳ ମଧୁବନ ପଞ୍ଚାୟତର କଂଗ୍ରେସ ଦଳର ସଭାପତି ରହିବା ସହିତ ଥରେ ସରପଞ୍ଚ ପାର୍ଥି ହୋଇ ପରାଜିତ ହୋଇଥିଲେ। ଏହା ପୂର୍ବରୁ ସେ ଅଭୟ ମୁଖି ଗ୍ରାମ ପଞ୍ଚାୟତର ନାୟବ ସରପଂଚ   ଥିଲେ। ସେ ଟାଟା ନଗରରେ ଜନ୍ମ ହୋଇଥିଲେ ମଧ୍ୟ ନିଜ ଜନ୍ମସ୍ଥାନ  ଡାହାଣ କୁମ୍ଭାରପଡ଼ା ରେ ରହି ଜନ ସେବାରେ ବ୍ରତୀ ହୋଇଗଲେ। ସେ ଜଣେ ସିନେମା ଓପରେଟର, ଗାଡ଼ି ଚାଳକ ଓ ରେଡିଓ ମେକାନିକ ହିସାବରେ ଅଞ୍ଚଳରେ ଖ୍ୟାତି ଥିଲେ। ତାଙ୍କର ସରଳ ଜୀବନ, ଲୋକଙ୍କୁ ଭଲପାଇବା,ନିରାଳସ ସେବା ଆଦି ଗୁଣ ଯୋଗୁଁ ଅଞ୍ଚାଲରେ ସମସ୍ତେ ମର୍ମାହତ। ତେଣୁ ସାରା ଅଞ୍ଚଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇ ପୁଅ ଗୋଟିଏ ଝିଅ ଅଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୬/୨୦୨୫----୭,୨୦ Sakhigopal News,12/6/2025

Blog Archive

Popular Posts