ଭେଡେନ ବ୍ଲକ ଦେଶଭଟଲି ପଞ୍ଚାୟତରେ କଂଗ୍ରେସର ସାଂଗଠନିକ ବୈଠକ
ଭେଡେନ--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଦେଶଭଟଲି ପଞ୍ଚାୟତର କଂଗ୍ରେସ ଦଳ ପକ୍ଷରୁ ଏକ ସଂଗଠନକୁ ସୁଦୃଢ କରିବା ପାଇଁ ସୁଦାମ ପାଣ୍ଡେଙ୍କ ଆହ୍ବାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ।ଏଥିରେ ସର୍ବ ସମ୍ମତି କ୍ରମେ ଲକ୍ଷ୍ମୀନାରାୟଣ ପାଢୀ ଙ୍କୁ ଦେଶଭଟଲି ପଞ୍ଚାୟତର କଂଗ୍ରେସ ସଭାପତି ଭାବେ ମନୋନୀତ କରାଗଲା ।ଏହି ବୈଠକରେ କଂଗ୍ରେସ ସଭାପତି ଗତ ସିଜନରେ ଚାଷୀମାନେ ଅଭାବି ଧାନ ବିକ୍ରି, ଫସଲ ବୀମା, ସାର ର ଅଭାବୀ ବିକ୍ରି ହେଉଥିବା ରୁ ବିଜେଡି ଓ ବିଜେପି ସରକାର ଅପାରଗତା ଯୋଗୁଁ ଚାଷୀ ହଇରାଣ ହରକତ ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । କଂଗ୍ରେସ କିପରି ଭାବରେ ଆଗାମୀ ପଞ୍ଚାୟତର ନିର୍ବାଚନ ପ୍ରାର୍ଥୀ ମାନେ ବିଜୟୀ ହେବେ ବିଶଦ୍ ଭାବରେ ଆଲୋଚନା କରିଥିଲେ। ଏହି ବୈଠକରେ ଦେଶଭଟଲି ପଞ୍ଚାୟତର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିଲେ। ଏହି ବୈଠକରେ ବିଶ୍ଵଜିତ ହୋତା, ଗୋବିନ୍ଦ ସାହୁ, ଦୋଳଗୋବିନ୍ଦ ବେହେରା, ମାଧବ ସାହୁ, ସୌମ୍ୟକାନ୍ତ ଦାଶ, ବେଣୁଧର କଠାର, ବଲରାମ ଭୂଏ, ପ୍ରଦୀପ ସେନ, ରମାକାନ୍ତ ସେଟ, ଗୋପିନାଥ ସେନ, ସୁବେଷ ବିଶି, ଗଜାନନ କଠାର, ଜୟନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଲକ୍ଷ୍ମୀନାରାୟଣ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୩୧/୮/୨୦୨୧----୬,୪୦ Sakhigopal News,31/8/2021