କର୍କଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି ମହିଳା ସହାୟତା ପାଇଁ ନିବେଦନ
ଡେଲାଙ୍ଗ ---- ଡେଲାଙ୍ଗ ଥାନା ଡେଲାଙ୍ଗ କୋଠବାଡ ପଞ୍ଚାୟତ ଅର୍ନ୍ତଗତ ବେନୁପଡା ଗ୍ରାମର ବିଧବା ମହିଳା ଲବଙ୍ଗଲତା ପ୍ରଧାନ(୫୫)୪ବର୍ଷ ହେବ କର୍କଟ ରୋଗରେ ଗୁରୁତର ଅବସ୍ଥାରେ ପଡି ଏବେ ଭୂବନେଶ୍ୱରସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରୋଗରୁ ଉପଶମ ମିଳିବା ଏବଂ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ନର୍ଦ୍ଦେଶକ୍ରମେ ୪ଟି କେମୋ ନେଇସାରିଥିବା ମହିଳା ଏବେ ଦୁଃଖ ଯନ୍ତ୍ରଣାରେ କଷ୍ଟ ପାଉଛନ୍ତି ।୧୫ ବର୍ଷ ତଳୁ ସ୍ୱାମୀ ଧୃବ ଚରଣ ପ୍ରଧାନଙ୍କୁ ହରାଇ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଲବଙ୍ଗଲତା ପାଇଁ ଏବେ ଏହି ରୋଗ ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି । ବନ୍ଧୁ ବାନ୍ଧବ ଓ ପ୍ରିୟଜନ ଠାରୁ ଧାର କରଜ କରି ପରିବାର ଲୋକେ ଚିକିତ୍ସା କରୁଥିବା ବେଳେ ଏବେ ଅସହାୟ ହୋଇ ପଡିଛନ୍ତି । ହଠାତ୍ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦୁଇଦିନ ତଳେ ଆଇସିୟୁରେ ଭର୍ତି କରାଯାଇଥିବା ପରିବାର ପକ୍ଷରୁ ସୁଚନା ମିଳିଛି ।ଏହି ଅସହାୟ ଗରୀବ ମହିଳାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଡେଲାଙ୍ଗ ଅଞ୍ଚଳର ଅଗ୍ରଣୀ ସ୍ୱେଛାସେବା ସଂଗଠନ ସ୍ୱାଧିନସେବା ସଂସ୍ଥାନର ସମ୍ପାଦକ ତଥା ଯୁବ ସମାଜସେବୀ ବିଶ୍ୱଜିତ ପାଢୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପ୍ରଶାସନକୁ ଟୁଇଟର ମା୍ମମରେ ନିବେଦନ କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୮/୨୦୨୧----୯,୨୮
Sakhigopal News,19/8/2021