Breaking News

ସାକ୍ଷୀଗୋପାଳ ମନ୍ଦିର ଓ ବିଭିନ୍ନ ଗ୍ରାମ ମାନଙ୍କରେ ନନ୍ଦ ଉତ୍ସବ ପାଳିତ


 ସାକ୍ଷୀଗୋପାଳ ------ ସାକ୍ଷୀଗୋପିନାଥ ମନ୍ଦିରରେ ପ୍ରତିଦିନ ଭଳି ଦେବନୀତି କରାଯିବା ପରେ ନବଜାତ ଜନ୍ମିତ ଶ୍ରୀକୃର୍ଷ୍ଣଙ୍କୁ ଆଳତୀ, ଉପଚାର କରାଯିବା ପରେ ବାଳଭୋଗ କରାଯାଇଥିଲା । ପରେ ପରେ  କୋରା ଭୋଗ କରାଯାଇ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରାଯାଇଥିଲା ।  ନବଜାତ ଶ୍ରକୃଷ୍ଣଙ୍ର୍କୁ ଦୋଳିରେ ଝୁଲାଇବା ସହ ଆହ ମୋ ନନ୍ଦ, କେଳେ ଗୋବିନ୍ଦ ଗୀତ ଗାନ କରି ସେବାୟତ ମାନେ ଦୋଳି ବିମାନକୁ ଝୁଲାଇଥିଲେ । ଏଥିପାଇଁ ମନ୍ଦିରରେ ନବଜାତ ଶ୍ରୀକୃର୍ଷ୍ଣଙ୍କୁ ଦୋଳିରେ ଝୁଲାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥିଲା । ସେହିପରି  ସାକ୍ଷୀଗୋପାଳରେ ବିଭିନ୍ନ ଗ୍ରାମ ମାନଙ୍କରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି ।  ସଂଧ୍ୟାରେ ନନ୍ଦ, ଯଶୋଦା, ଶ୍ରୀକୃଷ୍ଣ, ବଳରାମ, ହନୁମାନ ଆଦି ବେଶ ହୋଇ ବଜାର ଓ ସାହି ପରିକ୍ରମା କରିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୮/୨୦୨୧ Sakhigopal News, 31/8/2021

Blog Archive

Popular Posts