ବୋହୁକୁ ମାରିବା ଅଭିଯୋଗରେ ଶାଶୁ, ଶଶୁର ଓ ନଣନ୍ଦ ଗିରଫ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପରହାଟ ମଠସାହିରେ ସୋମବାର ଦିନ ଏକ ବଧୁହତ୍ୟା ଘଟଣା ଘଟିଥିଲା । ସତ୍ୟବାଦୀ ଥାନାରେ କଣାସ ଥାନା ଅନ୍ତର୍ଗତ ସାନ ଜଗନ୍ନାଥପୁର ଗ୍ରାମର ଗଶେଶ୍ୱର ରାଉତରାୟ ତାଙ୍କ ସାନ ଭଉଣୀ ଗାୟତ୍ରୀ ରାଊତରାୟଙ୍କୁ ହତ୍ୟା କରାଯାଇଛି ବୋଲି ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଥାନା କେସନଂ ୩୩୫/ ୨୧ରେ ଏକ ହତ୍ୟା ମାମଲା ରୁଜ କରି ତଦନ୍ତ କରିଥିଲେ । ଏତଲା ଅନୁଯାୟୀ ଗାୟତ୍ରୀଙ୍କ ଶାଶୁ ଡଲି ରାଉତରାୟ, ଶଶୁର କେଦାର ନାଥ ରାଉତରାୟ ଓ ନଣନ୍ଦ ସୋନାଲି ରାଉତରାୟଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରେ ଧୀରେନ୍ଦ୍ର ସେନାପତି, ୨୪/୮/୨୦୨୧--୮,୦୦
Sakhigopal News, 24/8/2021