ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ବିଳମ୍ବିତ ରାତିରେ ପାଳିତ
ସାକ୍ଷୀଗୋପାଳ ----- ସତ୍ୟବାଦୀର ଅନ୍ୟତମ ନାମ ହେଉଛି ଗୁପ୍ତ ବୃନ୍ଧାବନ ଭାବରେ ପରିଚିତ । ଏଠାରେ ପୂଜିତ ସାକ୍ଷୀଗୋପିନାଥଙ୍କୁ ବୃନ୍ଦାବନ ଠାକୁର କହନ୍ତି । ସାକ୍ଷୀଗୋପିନାଥ ମନ୍ଦିରରେ ପ୍ରତିବର୍ଷ ଭଳି ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ଏ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଇଁ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜିତ କରାଯିବା ସହ ବିଭିନ୍ନ ରଙ୍ଗର ଫୁଲରେ ସିଂହଦ୍ୱାର ଓ ଭିତର ସଜିତ କରାଯାଇଛି । ବିଗତ ବର୍ଷ ଗୁଡିକରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ସେବାୟତ ସଂଘ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିବା ଯୋଗୁ ସିଂହଦ୍ୱାର ନିକଟ ଉତ୍ସବ ମୁଖର ହୋଇଉଠିଥାଏ । କରୋନା ଯୋଗୁ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଉଛି । ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଆଜି ସକାଳୁ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି ଅନୁଷ୍ଠିତ ହେବାପରେ ସାହଣ ମେଳା କରାଯାଇଥିଲା । ରାତିରେ ମନ୍ଦିର ଶୋଧ କରାଯିବା ପରେ ପାରମ୍ପରିକ ଦେବନୀତି ମଧ୍ୟରେ ପୁଜାପଣ୍ଡା, ପୁରାଣ ପଣ୍ଡିତ, ଭଣ୍ଡାର ମେକାପ, ପାଳିଆପତ୍ରି, ଆପଟ, ପୁରୋହିତ, ସିଂହାରୀ, ମଣ୍ଡଣିସୁଆଁସିଆ ସେବକ ସାମିଲ ହୋଇ ଘଣ୍ଟ, ଛତ୍ରି, ତ୍ରାସ, ମଶାଲ ବାଜା ବାଜି ଶ୍ରୀକୃଷ୍ଣଙ୍କର ଜନ୍ମବିଧି କରାଯାଇଥିଲା । ଠକୁରଙ୍କୁ ନୂତନବସ୍ତ୍ର ପରିଧାନ କରାଯାଇ ବେଶ କରାଯାଇଥିଲା । ନବଜାତ ଶିଶୁ କୃଷ୍ଣଙ୍କୁ ପାରମ୍ପରିକ ବିଧି ଅନୁସାରେ ବସୁଦେବ ସେବକ ମୁଣ୍ଡରେ ବୋହିନେବା ବେଳେ ଉଗ୍ରସେନ ସେବକ ହାତରେ ଧରାପଡିବା । ଉଗ୍ରସେନ ସ୍ୱୟଂ ନାରାୟଣଙ୍କ ଦର୍ଶନ ପାଇବା ପରେ ବାଟ ଛାଡିଦେଇଥିଲେ । ବାଟରେ ଘଡଘଡି ସହ ବର୍ଷା ପବନ ହେବା ସହ ନବଜାତ ଶିଶୁ ଶ୍ରୀକୃଷ୍ଣ ଓଦା ହେବାଦେଖି ତୁରନ୍ତ ନାଗରାଜ ତାର ଫଣା ଟେକି ରଖିଥିଲା । ପରେ ପରେ ଶିଶୁ କୃଷ୍ଣଙ୍କୁ କ୍ଷୀରପାନ କରାଯିବା ପରେ ଦୋଲିରେ ଝୁଲାଯାଇଥିଲା । ପରଦିନ ସକାଳୁ ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦୋଳିରେ ଝୁଲାଇଥିଲେ । ବର୍ଷକୁ ଥରେ ଏହି ଦର୍ଶନ ମିଳିଥବାରୁ ଭକ୍ତ ମାନଙ୍କର ମନ୍ଦିରରେ ଗହଳି ଲାଗିଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୮/୨୦୨୧----୮,୦୦
Sakhigopal News, 30/8/2021