Breaking News

କରୋନା ସଚେତନତା ଓ ମାକ୍ସ ବଣ୍ଟନ






ବରଗଡ଼ -ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଗୋଡଭଗା ସାରସ୍ବତ ମହାବିଦ୍ୟାଳୟ ରେ ୩ଶହ ଜଣ ଛାତ୍ରଛାତ୍ରୀ ମାନଙ୍କୁ ମାକ୍ସ ଓ  କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସମ୍ବଲପୁର ମହିଳା ପ୍ରମୁଖ ଶ୍ରୀମତୀ ସୁଷମା ସାହୁ, ଅବସର ଇଣ୍ଡିଏନ ଆର୍ମି ଶ୍ରୀ ସପ୍ତସିନ୍ଧୁ  ପ୍ରଧାନ, ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସୂଚନା ଲୋକସମ୍ପର୍କ ଅଧିକାରୀ ଡକ୍ଟର ଅଜିତ କୁମାର ନାଥ, ଅନୁଷ୍ଠାନର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପିକା ଉପସ୍ଥିତ ରହି ଥିଲେ। ଏହା ସହିତ କରୋନା ଯୋଦ୍ଧା ସମ୍ମାନ ଭାବେ ଜଣା ଶୁଣା ସାମ୍ବାଦିକ ତଥା ସମାଜସେବୀ ଉପେନ୍ଦ୍ର ପଣ୍ଡା ଙ୍କୁ କରୋନା ଯୋଦ୍ଧା ଭାବେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗୋଶାଲା ର ଜଣା ଶୁଣା ସାମାଜିକ କର୍ମୀ ମନଜିତ କୈର, ବାଳକୃଷ୍ଣ ସାହୁ, ଓ ମହାବିଦ୍ୟାଲୟନ ସମସ୍ତ କର୍ମଚାରୀ ମାନେ କାଯ୍ୟକ୍ରମ କୁ ସହଯୋଗ କରିଥିଲେ  ।ଏହା ସହିତ ଭେକ୍ସସିନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଓ ସମସ୍ତେ ଭେକ୍ସିନ ନେବା ପାଇଁ ସଚେତନତା କରାଯାଇଥିଲା। ଶେଷରେ ବାଳକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
 ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୩/୮/୨୦୨୧ ----୯,୫୫ Sakhigopal News,23/8/2021

Blog Archive

Popular Posts