Breaking News

ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ,ଆଦର୍ଶ ପ୍ରଧାନଶିକ୍ଷକ ରମେଶ ପ୍ରଧାନଙ୍କୁ ଅଵସର ସମ୍ବର୍ଦ୍ଧନା


 ଡେଲାଙ୍ଗ ----ଗୁରୁଙ୍କ ସ୍ଥାନ ସମାଜରେ ସବୁଠୁ ଉର୍ଦ୍ଧ୍ୱରେ ଓ ଅବସରପରେ ବି ସମାଜରେ ସଦା ସର୍ବଦା ଗୁରୁ ପୂଜନ ଗୁରୁଙ୍କ ଗୁରୁତ୍ବ , ଗରିମା  ଓ ସମାଜ ପ୍ରତି ତାଙ୍କର ଅବଦାନ ଅବର୍ଣ୍ଣନୀୟ ବୋଲି  ଡେଲାଙ୍ଗ ବ୍ଲକ ରେଞ୍ଚ ଗ୍ରାମ ପଞ୍ଚାୟତ ଅଧୀନ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅବସରକାଳୀନ  ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ  ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ଶିକ୍ଷାବିତ୍ କବି ଦିଗମ୍ବର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଶତୃଘ୍ନ ବେହେରା, ପ୍ରାକ୍ତନ ବିଇଓ ଯୁଧିଷ୍ଠିର ପରିଡ଼ା, ବର୍ତ୍ତମାନର ଏବିଇଓ  ଲକ୍ଷ୍ମଣ ପ୍ରଧାନ, ସୁଷମା ଦାଶ, ସଂଯୁକ୍ତା କୁମାରୀ ମିଶ୍ର, ଶିକ୍ଷକ ସଂଘ ସଂପାଦକ ପ୍ରଶାନ୍ତ ଦାଶ, ଶିକ୍ଷକ ଗୋପାଳ ମହାପାତ୍ର, ପବିତ୍ର ‌ଜେନା, ନାଟ୍ୟକାର ତଥା ଶିକ୍ଷାବିତ୍ ଶ୍ରୀଧର ପ୍ରଧାନ, ସାହିତ୍ୟିକ ଶିକ୍ଷକ ସନ୍ତୋଷ ମିଶ୍ର, ପାଲାଗାୟକ ଶିକ୍ଷାବିତ୍ ଗୁରୁ ଚରଣ ବଳ , ବର୍ଷୀୟାନ ଶିକ୍ଷକ ରାଜକିଶୋର ପ୍ରଧାନ , ସଂସ୍କୃତ ପଣ୍ଡିତ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କ ଆଦର୍ଶ ଶୈକ୍ଷିକ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ ।  ପରିବେଶପ୍ରେମୀ ଶିକ୍ଷକ ତଥା ପ୍ରାକ୍ତନ ଶିକ୍ଷକ ନେତା ମିଟୁକିଶୋର ପ୍ରଧାନ ଶିକ୍ଷକ ମାନଙ୍କ ଉପରେ ସବୁକଥା ନଦି ଦେବା ଉଚିତ୍ ନୁହେଁ ବୋଲି ସେ ଯୋଗ ଦେଇ କହିଥିଲେ । ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ , ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ସାହୁ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଦୁର୍ଗାଦତ୍ତ ମିଶ୍ର, ଶିକ୍ଷକ ରବୀନ୍ଦ୍ର ବେହେରା, ପ୍ରଦୀପ କୁମାର ସେଠୀ, ଦିଲ୍ଲୀପ ପ୍ରଧାନ, ଦିଲ୍ଲୀପ କୁମାର ନାୟକ, ପ୍ରକାଶ  ଚନ୍ଦ୍ର ସାହୁ,ଲକ୍ଷ୍ମୀଧର ବସ୍ତିଆ ,କୁନ୍ତଳୁ ଧବଳେଶ୍ଵର, ମଙ୍ଗୁଳି ପରିଡ଼ା , ଗୋପାଳ ବେହେରା, ସଦାଶିବ ମଲ୍ଲିକ,ଅବସରପ୍ରାପ୍ତ ଶିକ୍ଷକ ସଦାଶିବ ବିଶ୍ବାଳ,ପିପିଲିର  ଶିକ୍ଷକ ପ୍ରସନ୍ନ ବେହେରା, ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ଶିକ୍ଷକ ରବିନ୍ଦ୍ର ନାଥ ପାଇକ ରାୟ, ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର,ରମାମଣି ଜେନା ,ମଧୁଲତା ମଳିକ, ନିରୁପମା ଦେଇ, ଗୀତାରାଣୀ ସେଠୀ , କଳ୍ପନା ପ୍ରଧାନ,ଶିକ୍ଷକ ଫକିର ଚନ୍ଦ୍ର ଦାସ,କେଦାର ସନ୍ ବେହେରା ,ସିଆରସିସି ପବିତ୍ର ପଣ୍ଡା, ଜଗନ୍ନାଥ ପରିଡ଼ା, କ୍ଷେତ୍ରବାସୀ ଆଳୁକ ପ୍ରମୁଖ ଯୋଗଦେଇ ଅବସର ନେଇଥିବା  ଶ୍ରୀ ପ୍ରଧାନଙ୍କ ୨୦୧୩ ରେ ରେଞ୍ଚ ଠାରେ ଆରମ୍ଭ ହୋଇଥିବା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତି ତାଙ୍କର ସହଯୋଗ , ତାଙ୍କର ଅମାୟିକ ବ୍ୟବହାର,ଶୃଙ୍ଖଳିତ ନୀତି, ସମଦର୍ଶୀ ଭାବ,ଉତ୍ତମ ଶିକ୍ଷାଦାନ , ମଧୁର ବଚନ, ସାଙ୍ଗଠନିକ ନେତୃତ୍ୱ , ସହକର୍ମୀଙ୍କ ପ୍ରତି ଆପଣାର ଭାବ,ଛାତ୍ର ବତ୍ସଳ ଗୁଣ ପାଇଁ  ସେ ସମସ୍ତଙ୍କର ପ୍ରିୟ ହୋଇଥିଲେ । ଶେଷରେ ଛାତ୍ରଶିକ୍ଷକ ସମାଜରେ ସ୍ମରଣୀୟ ହୋଇ ରହିବେ ବୋଲି ବକ୍ତବ୍ୟରେ କହି ତାଙ୍କର ନିରାମୟ ଜୀବନ କାମନା କରିଥିଲେ। ସତ୍ୟବାଦୀର ଶିକ୍ଷକ ଗୌରାଙ୍ଗ ମଲ୍ଲିକ ଓ ଅବସରପ୍ରାପ୍ତ ଏବିଇଓ ଶ୍ୟାମସୁନ୍ଦର ଦାସ ଜୀବନ ସଙ୍ଗୀତ ଗାଇ  ସଭା ପରିସରକୁ ଆବେଗମୟ କରିଥିଲେ।ପଲ୍ଲୀ ବିଦ୍ୟାଳୟର ସହକାରୀ ଶିକ୍ଷକ ତ୍ରିନାଥ ସେଠୀ ରମେଶ ପ୍ରଧାନଙ୍କ ସହଯୋଗକୁ ମନେ ପକେଇ ମଞ୍ଚରେ କାନ୍ଦି ପକାଇଥିଲେ।ପ୍ରକାଶ ଥାଉକି ସେ ଡେଲାଙ୍ଗ ବ୍ଲକ୍ ଯମୁନା ବିଦ୍ୟାଳୟରେ ୧୯୯୦ରେ ଶିକ୍ଷା କର୍ମୀ ଭାବେ ନିଯୁକ୍ତ ହୋଇ ପରେ କଣାସ ବ୍ଲକ୍ ର ମୋଟରୀ, ଡେଲାଙ୍ଗ-ବ୍ଲକ୍ ର ହାକପଡା , ରେଞ୍ଚ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ,ଶେଷରେ ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ନିଜର ଶୈକ୍ଷିକ ପାରଦର୍ଶିତାର ପରାକାଷ୍ଠା ପ୍ରତିପାଦନ ସହ ଶିକ୍ଷକ ସଂଘର ସମ୍ପାଦକ ଭାବେ ସମାଜରେ ନିଜର ସ୍ବତନ୍ତ୍ର ସ୍ଥିତି ବଜାୟ ରଖିଥିଲେ ।ସିଆରସିସି  ଦୁର୍ଯ୍ୟୋଧନ ପ୍ରଧାନ ଭାଗବତ ସ୍ଵରରେ ଗୀତ ଗାଇ ଗୁରୁଜୀଙ୍କ ଗୁଣ ଗାନ କରିଥିଲେ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ।ସହକାରୀ ଶିକ୍ଷକ ତ୍ରିନାଥ ସେଠୀ ଓ ଶିକ୍ଷକ ଚକ୍ରଧର ମହାପାତ୍ର ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ତାଙ୍କୁ ସୁନ୍ଦର ସମ୍ବର୍ଦ୍ଧନା ଦିଆଯାଇଥିଲା ।କମିଟି ସଭାପତି ଚକ୍ରଧର ରାଉତରାୟ, କାହ୍ନୁ ଚରଣ ଖଟାଇ, କହ୍ନେଇ ପରିଡ଼ା,ଶିକ୍ଷୟିତ୍ରୀ ମମତା ପ୍ରଧାନ, ଦ୍ରୌପଦୀ ସ୍ଵାଇଁ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମୀନା ଦେଇ, କଳ୍ପନା ବିଶ୍ବାଳ, ଅଙ୍ଗନବାଡ଼ି କର୍ମୀ ସୁମିତ୍ରା ସ୍ଵାଇଁ,ଶିକ୍ଷକ ଗୋପକୃଷ୍ଣ  ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସାହୁ ,ସମାଜସେବୀ ବିଜୟ ପ୍ରଧାନ , ତୋଫାନ ପ୍ରଧାନ,ଜିତେନ୍ଦ୍ର ପ୍ରଧାନ,ଗୋବିନ୍ଦ ଖଟାଇ, ଅକ୍ଷୟ ରାଉତରାୟ କମିଟି ସଭ୍ୟ ସଭ୍ୟା ଓ ଗ୍ରାମବାସୀବୃନ୍ଦଙ୍କ  ପୂର୍ଣ୍ଣ ସହଯୋଗ ଓ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।ଶିକ୍ଷକ ଅଭୟ ଚରଣ ସାହୁ କବିତା ମାଧ୍ୟମରେ ଧନ୍ୟବାଦ୍ ଦେଇଥିଲେ ।  ଗ୍ରାମବାସୀଙ୍କ ସାହାଯ୍ୟରେ ଶ୍ରୀଯୁକ୍ତ ପ୍ରଧାନଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପୂର୍ବକ ଭାଵପୂର୍ଣ୍ଣ ବିଦାୟ ଦିଆଯାଇଥିଲା। ଉତ୍ସବରେ ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନଙ୍କର ଧର୍ମପତ୍ନୀ ଗୀତାଞ୍ଜଳି ,ପୁତ୍ର ଜୟଦୀପ,କନ୍ୟା ଋତୁକାନ୍ତା  ତାଙ୍କର ଅବଦାନ ବିଷୟରେ ଆବେଗପୂର୍ଣ୍ଣ କଣ୍ଠରେ ପ୍ରକାଶ କରିଥିଲେ। ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଇଓ ଏବିଇଓଙ୍କ ସହ କର୍ମଚାରୀ ନବ ମିଶ୍ର, ସତ୍ୟଜିତ୍ ମହାପାତ୍ର, ମଧୂସୁଦନ ପ୍ରଧାନ , ସନ୍ତୋଷ ଦଳାଇ ପ୍ରମୁଖ ଉପସ୍ଥିତ ରହି ସଭାରେ ତାଙ୍କୁ ପୂର୍ଣ୍ଣାଙ୍ଗ ପେନ୍ସନ କାଗଜ ପ୍ରଦାନ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୬/୨୦୨୫----୨,୪୫ Sakhigopal News,8/6/2025

Blog Archive

Popular Posts