ଶୁକଳ ପଞ୍ଚାୟତ ସ୍ତରୀୟ ବିଜେଡି ଦଳର ର୍କମୀ ବୈଠକ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ବିଜେଡି ଦଳର ମହିଳା, ଯୁବକ, କର୍ମୀ ଓ ୱାର୍ଡ ସଭ୍ୟସଭ୍ୟା ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ଶୁକଳ ପଞ୍ଚାୟତର ବିଜେଡି ସଭାପତି ଓକିଲ ସେନାପତି ସଭାପତିତ୍ୱ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଅଗାରେ ରଖି ଦଳକୁ କିପରି ଅଧିକ ମଜବୁତ କରାଯାଇ ପାରିବ ଓ ମହିଳା, ଯୁବକ ମାନେ ଦଳରେ ଅଧିକ ସଂଖ୍ୟାରେ ସାମିଲ କରିବା ମୁଖ୍ୟ ଲକ୍ଷ୍ୟ ରଖାଯାଇଛି । ଅତିଥି ଭାବେ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ସ୍ଥାନୀୟ ସମିତିସଭ୍ୟ ଜଳନ୍ଦର ସେଠୀ, ବିଜେଡି ଯୁବ ସଭାପତି ବସନ୍ତ କୁମାର ବିଶ୍ୱାଳ, ସରପଞ୍ଚଙ୍କ ପ୍ରତିନିଧି କାର୍ତ୍ତିକ ସେଠୀ, ଗୋବିନ୍ଦ ନାଥ, ଗଣେଶ୍ୱର ସେନାପତି, ଧନେଶ୍ୱର ସାହୁ, ବୈରାଗୀ ମହାରଣା, ପାଣ୍ଡବ ଘଟୁଆରୀ, ଅମୂଲ୍ୟ ମହାପାତ୍ର, ଗଦାଧର ପ୍ରଧାନ, କାଳୁ ଜେନା, ରାଜୁ ବିଶ୍ୱାଳ.ରବି ସାସମଲ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୮/୨୦୨୧----୮,୦୦
Sakhigopal News, 30/8/2021