ଡେଲାଙ୍ଗରେ ଜାତୀୟ କ୍ରିଡା ଦିବସରେ କ୍ରିଡାବିତ୍ଙ୍କୁ ସମ୍ବର୍ଦ୍ଧନା
ଡେଲାଙ୍ଗ---- ଡେଲାଙ୍ଗ ବ୍ଲକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ମହତାବ ସ୍ପୋର୍ଟସ ଏକାଡେମୀ ଆନୁକୁଲ୍ୟରେ ଜାତୀୟ କ୍ରିଡା ଦିବସ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ଅ୍ମକ୍ଷ ପ୍ରସନ୍ନ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅତିଥିଭାବେ ବିଡିଓ ଦୀଲିପ କୁମାର ଷଢଙ୍ଗି କାର୍ଯ୍ୟକ୍ରମକୁ ଅ୍ମକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା, ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ,ପୁର୍ବତନ ବ୍ଲକ ଉପା୍ମକ୍ଷ ଲଛମନ ଦଳେଇଙ୍କ ସମେତ ମହତାବ ଉଚ୍ଚ ବିଦ୍ୟାଳୟ ସ୍କାଉଟସ ଓ ଗାଇଡ ଛାତ୍ରଛାତ୍ରୀ କ୍ରିଡାବିତ୍ ଓ ଗଣମା୍ମମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କିମ୍ବଦନ୍ତି ପୁରୁଷ ଧାନଚାନ୍ଦଙ୍କ ‘ଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୁତି ଚାରଣ କରିଥିଲେ । କ୍ରିଡା ଶିକ୍ଷକ ନଟବର ସେଠୀ ଅତିଥି ପରିଚୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନି ଦାଶ କ୍ରିଡା ପତକା ଉତ୍ତୋଳନ କରିଥିଲେ । ଡେଲାଙ୍ଗ ହାଟଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ପରେ ବେରବୋଇ ଗାନ୍ଧିପିଠ ଠାରେ ବ୍ଲକ ଅ୍ମକ୍ଷ ପ୍ରସନ୍ନ ସାହୁ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟର୍ପଣ କରିବାପରେ =ସଚେତନତା ଶୋଭାଯାତ୍ରା ବେରବୋଇ,ଗୁଆଳିପଡା,ମୁନିଦା,ଡେଲାଙ୍ଗ କୋଠବାଡ ଓ ସୁଜନପୁର ପଞ୍ଚାୟତ ପରିକ୍ରମା କରିଥିଲା । ଶକ୍ତି ସଂଚୟ,ବୃକ୍ଷରୋପଣ,କୋଭିଡ୍ ନିୟମ ପାଳନ,ଜଳ ସଂଚୟ,ପ୍ଲାଷ୍ଟିକ ବର୍ଜନ ସଂପର୍କରେ ଜନସଚେତନତା କରାଯାଇଥିଲା । ଏହି ଅବସରରେ କୃତି ପ୍ରତିଯୋଗୀ ଓ କ୍ରିଡାବିତ୍ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ଶାରୀରିକ କ୍ରିଡାଶିକ୍ଷକ ନଟବର ସେଠୀ ଶେଷରେ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି,୨୯/୮/୨୦୨୧--- 9,50 Sakhigopal News , 29/8/2021