ପଞ୍ଚାୟତ ସ୍ତରୀୟ ବିଜେଡି ଦଳର ର୍କମୀ ବୈଠକ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ରାୟପୁର ପଞ୍ଚାୟତର ପାଳପୋଛି ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ବଳପୁର ପଞ୍ଚାୟତର ବିଜେଡି କର୍ମୀ ମାନଙ୍କର ଏକ ସାଗଂଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ବିଜେଡି ଗୋଷ୍ଠୀ, ୱାର୍ଡ ସଭ୍ୟ ସଭ୍ୟା , ଯୁବ ଗୋଷ୍ଠୀଙ୍କ ସହିତ କର୍ମୀ ମାନେ ଏକଜୁଟ ହୋଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ ଆଗରୁ ଦଳକୁ କିପରି ଅଧିକ ମଜବୁତ କରାଯାଇ ପାରିବ ସେ ଦିଗପ୍ରତି ଆଲେଚନା କରାଯାଇଥିଲା । ଏହା ସହିତ ଫନି ତାଲିକାରେ ଅନିୟମିତତା ନେଇ ମଧ୍ୟ ଆଲେଚନା କରାଯାଇଥିଲା । ବଳପୁର ପଞ୍ଚାୟତର ବିଜେଡି ସଭାପତି ପୀତବାସ ପ୍ରଧାନ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ଯମୁନା ବେହେରା, ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ, ପୁରୀ ଜିଲ୍ଲା ବିଜେଡି ସମ୍ପାଦିକା ଲକ୍ଷ୍ମୀପିୟା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ବଳପୁର ପଞ୍ଚାୟତର ପକ୍ଷରୁ ସରପଞ୍ଚ ଓ ବିଜେଡି ଦଳର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଖପାଖ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏହି ବୈଠକରେ ଯୋଗଦେଇଥିଲେ । ଶେଷରେ ବଳପୁର ସରପଞ୍ଚ ତ୍ରିନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୬/୮/୨୦୨୧---୮,୨୫
Sakhigopal News, 26/8/221