Breaking News

ଇକେ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଭଞ୍ଜନଗର--ଇକୋ କ୍ଲବ ତରଫରୁ ବାହାଡା ପଦର ନୋଡାଲ ଉଚ୍ଚ ବିଦ୍ୟାଳୟ  ପରିସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ   ସଚିଦାନନ୍ଦ ପ୍ରଧାନଙ୍କ ନେତୃତରେ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ନେଇ ବୃକ୍ଷରୋପଣ  କାର୍ଯ୍ୟକ୍ରମ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ କହିଥିଲେ ଗୋଟିଏ ଗଛ ଲଗାଇଲେ  ଗୋଟିଏ ମଣିଷର ଜୀବନ ସୁରକ୍ଷିତ ରହିବ । କରୋନା ସଂକ୍ରାମଣରେ ବହୁ ମଣିଷ ଆକ୍ରାନ୍ତ ହୋଇ ଅମ୍ଲଜାନ ଅଭାବରୁ ଅନେକ ଜୀବନ ହରାଇଛନ୍ତି । ଆଗକୁ ଯେପରି ଅମ୍ଲଜାନ ଅଭାବ ନ ହେବ ଏହାକୁ ଆଖିଆଗରେ ରଖି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବା ଜରୁରୀ ବୋଲି ଅତିଥି ମାନେ କହିଥିଲେ । ବିଦ୍ୟାଳୟ କୁ ସବୁଜିମା କରିଥିବା ,  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାକର୍ମି ଓ ପାଚିକା ସହାୟିକା ଙ୍କୁ, ପ୍ରଧାନ ଶିକ୍ଷକ ଶ୍ରୀ  ପ୍ରଧାନ ଧନ୍ୟବାଦ ଜଣାଇଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୯/୮/୨୦୨୧---୧୦,୩୦  Sakhigopal News,29/8/2021

Blog Archive

Popular Posts