ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ ସହିତ ପ୍ରଧାନ ଶିକ୍ଷକଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ =
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅତିଥି ମାନଙ୍କୁ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଗ୍ରାମ ମୁଣ୍ଡରୁ ଏକ ସଲଟନ କରି ସଭାମଞ୍ଚକୁ ପାଛୋଟି ଆଣିଥିଲେ । ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ବହୁଶିଘ୍ର ବିଦ୍ୟାଳୟର ଉନ୍ନତି କରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ତାଙ୍କ ଭାଷଣରେ ମତ ପ୍ରକାଶ କରିଥିଲେ । ଆମେ ଯେଉଁ ଅର୍ଥ ପ୍ରଦାନ କରାଯିବ ଆପଣ ମାନେ ବିଦ୍ୟାଳୟର କ’ଣ କ’ଣ କାମ କରିବେ ସେ ଦାୟତ୍ୱ ଆପଣମାନଙ୍କର ବୋଲି କହିଥିଲେ । ଏବେ ସମସ୍ତ ଅଭିଭାବକ ଚିନ୍ତା କରୁଛନ୍ତି ଆମ ପିଲା ପାଠପଡୁ ଓ ସମାଜରେ ପ୍ରତିଷ୍ଠିତ ହେଉ । କରୋନା ପରେ ଏବେ ବେସରକାରୀ ବିଦ୍ୟାଳୟରୁ ନାମ କାଟି ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ଜଣାପଡିଛି । ସମ୍ମାନୀୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ଏହି ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯିବା ସହ ମଡର୍ଣ୍ଣ ହାଇସ୍କୁଲ ଭାବେ କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୁର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା, ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ସ୍ଥାନୀୟ ସରପଞ୍ଚ କୁନିମଣି ରାଉତରାୟ, କଣାସ ମଠ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାଶ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା ମଙ୍ଗଳବାର ଦିନ ଅବସର ନେଉଥିବାରୁ ଏହି ଉତ୍ସବରେ ତାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ, ଗ୍ରାମାବସୀ, ବିଭିନ୍ନ ଅନୁଷ୍ଠାନ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ଅବସର ଗ୍ରହଣ କରୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ =ଶ୍ରୀ ପରିଡାଙ୍କୁ ମାନପତ୍ର, ଫୁଲତୋଡା ଓ ଉତ୍ତରୀୟଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ସାମ୍ବାଦିକ, ଶିକ୍ଷକ, ସମାଜସେବୀ, ପୁରାତନ ଛାତ୍ର ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ମୋ ସ୍କୁଲ ଅଭିଯାନରେ ମାଧବଚାର୍ଯ୍ୟ ପାଠାଗାର ଓ ଧୁଳିରାମ ପାଟ୍ଟଶାଣୀ ମଣ୍ଡପ ଅତିଥି ମାନେ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ପଞ୍ଚମହାପୁରଷଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟପର୍ଣ କରିଥିଲେ । ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଓ ହୃଷିକେଶ ବଳିୟାରସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡେଲାଙ୍ଗରୁ ଧୀରେନ=୍ଦ୍ର ସେନାପତି, ୩୦/୮/୨୦୨୧---୮,୦୦ Sakhigopal News, 30/8/2021