Breaking News

ସତରନଂ ଜୋନ ଜିଲ୍ଲାପରିଷଦର ବିଜେଡି କାର୍ଯ୍ୟକାରୀଣି ବୈଠକ


 ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ୧୭ନମ୍ବର ଜିଲ୍ଲା ପରିଷଦ ଜୋନର ବିଜୁ ଜନତା ଦଳର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ,ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ନନ୍ଦ,ଶ୍ରୀପୁରୁଷତମପୁର ପଞ୍ଚାୟତ ସରପଞ୍ଚ ବାଲୁଙ୍କୀଶ୍ୱର ମହାପାତ୍ର,ଗୁଆଳିପଡା ପଞ୍ଚାୟତ ସରପଞ୍ଚ କାଳନ୍ଦୀ ଜେନା,ସମିତିସଭ୍ୟ ବାସୁଦେବ ଜେନା,ବେରବୋଇ ପଞ୍ଚାୟତ ବିଜେଡି ସଭାପତି ଗୋପାଳ ଚନ୍ଦ୍ର ସ୍ୱାଇଁ,ଗୋଡିପୁଟମାଟିଆପଡା ଗ୍ରାମପଞ୍ଚାୟତ ପୁର୍ବତନ ସରପଞ୍ଚ ଦୁବାଶା ନିଶଙ୍କ ,ଆତ୍ମା କମିଟି ଡେଲାଙ୍ଗ ବ୍ଲକ ସଭାପତି ସୁଧାକର ମାର୍ଥା ପ୍ରମୁଖ ଯୋଗଦେଇ ବିଜୁ ଜନତା ଦଳର ସଂଗଠନକୁ ଉକ୍ତ ଜୋନରେ ଆହୁରି ମଜଭୁତ କରାଯିବ ସେ ସମ୍ପର୍କରେ ଆଲେଚନା କରାଯାଇଥିଲା ଗୁଆଳିପଡା,ବେରବୋଇ,ରେଞ୍ଚ ,ଜେନାପୁର,ଶ୍ରୀପୁରୁଷତମପୁର,ଅଭୟମୁଖି ଓ ଧାନକେରା ପଞ୍ଚାୟତର ବିଜୁ ଜନତା ଦଳର କାର୍ଯ୍ୟକର୍ତା ,ସଭାପତି.ସରପଞ୍ଚ ଓ ସମିତିସଭ୍ୟ ଯୋଗଦେଇ ଆଗାମୀ ନିର୍ବାଚନ ରେ ଦଳକୁ ଆହୁରୀ ମଜଭୁତ କରାଯିବା ସହିତ ପଂଚାୟତ ଓ ଜୋନ ସ୍ତରୀୟ କମିଟି ଗଠନ କରାଯାଇ  ସଂଘଠିତ ହୋଇ କାର୍ଯ୍ୟ କରିବେ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ,୩୧/୮/୨୦୨୧----୧୦,୨୦  Sakhigopal News, 31/8/2021



Blog Archive

Popular Posts