Breaking News

ରେଳ ଧାରଣା ପାର ସମୟରେ ଟ୍ରେନ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

 ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ବଜାର- ମନ୍ଦିର ରାସ୍ତା  ଦେଇ ଯାଇଥିବା ରେଳ ଫାଟକରେ ବାରମ୍ବାର ଦୁର୍ଘଟଣା ମାନ ଘଟୁଛି । ଏଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ  ମଧ୍ୟ ରେଳ ବିଭାଗର ଅବହେଳା ଯୋଗୁ ଅଧିକଂଶ ସମୟରେ ଅଘଟଣ ମାନ ଘଟିଛାଲିଛି । ସୁଚନାଯୋଗ୍ୟ ଯେ ଶନିବାର ରାତି ୭.୩୦ରେ  ରେଳ ଧାରଣା ପାର ହେବା ସମୟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁରୀ---ଦୁର୍ଗ ଯାଉଥିବା ଏକ୍ସପ୍ରେସ ଟ୍ରେନ  ଯାଉଥିବା ସମୟରେ ହଠାତ ଜଣେ ବୃଦ୍ଧ ବ୍ୟକ୍ତି ରେଳ ଧାରଣା ପାର ହେଉଥିଲା । ଟ୍ରେନ ଧକ୍କା ଦେବା ସହିତ ତାଙ୍କୁ କିଛି ବାଟ ଘୋଷାଡି ନେଇଯାଇଥିଲା । ବୃଦ୍ଧଙ୍କର ମୃତ୍ୟୁ ହେବା ସହ ତାଙ୍କର ପରିଚୟ ମିଳିପାରିନାହିଁ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୮/୨୦୨୧---୯,୦୦   Sakhigopal News, 28/8/2021

Blog Archive

Popular Posts