Breaking News

ନଦୀରୁ ଗଳିତ ମୃତଦେହ ଉଧାର

 
ଭଞ୍ଜନଗର-- ଦୁଇଦିନ ଧରି ନିଖୋଜ ଥିବା ଯୁବକ ର ଗଳିତ ମୃତଦେହ ନଦୀରୁ ଉଧାର କରିଛି ପୋଲିସ  । ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ , ଦୋମୁହାଁଣୀ ଗାଁ ନିକଟ ବୋଡାନଦୀ ରୁ ଉଧାର ହୋଇଛି ମୃତଦେହ । ମୃତକ ଜଣକ ନିକଟସ୍ଥ ବଦାଙ୍ଗି ଗ୍ରାମର ସନ୍ତୋଷ ନାଇକ ଙ୍କ ବୋଲି ଜଣାପଡିଛି । ସୂଚନା ପ୍ରକାରେ ଗତ ଶୁକ୍ରବାର ଅପରାହ୍ନରୁ ନିଖୋଜ ଥିଲେ ସନ୍ତୋଷ । ନିକଟସ୍ଥ ବାରନାଳିଆ ନଦୀ ପାର ହେଉଥିବା ବେଳେ , ନଦୀର ବଢିପାଣିରେ ସେ ଭାସିଯାଇଥିବା କୁହାଯାଉଛି । ରବିବାର ଅପରାହ୍ନରେ କଙ୍କାଳତୋଟା ନିକଟସ୍ଥ  ବୋଡ଼ା ନଦୀରେ  ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ତାହା ଜଣାପଡିଥିଲା । ଘଟଣା ସ୍ଥଳରେ ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ରମଣି ବେହେରା ସମେତ ପୁଲିସ କର୍ମଚାରୀ ପହଞ୍ଚି ମୃତଦେହ କୁ ଜବତ କରିଛନ୍ତି । ଭଂଜନଗର ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇଛି । ଏନେଇ ତାରାସିଂ ଥାନା କେଶ୍ ନମ୍ବର ୧୭/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି  ଘଟଣା ର ତଦନ୍ତ ଚଳାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ର କୁମାର ଦାଶ କହିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,୨୯/୮/୨୦୨୧---୧୦,୦୫  Sakhigopal News, 29/8/2021

Blog Archive

Popular Posts