ଏଆରଆଇ ମାଡ ମରା ଘଟଣା ଏବେ ନୂଆ ମୋଡ ନେଉଛି ; ଘଟଣା ଉପରୁ ଆସ୍ତେ ଆସ୍ତେ ହଟୁଛି ପରଦା
ସାକ୍ଷୀଗୋପାଳ----- ସତ୍ୟବାଦୀରେ ଫନି ତାଲିକାରେ ଅନିୟମିତତା ନେଇ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଧରପଗଡ କରିବା ପରେ ସେମାନଙ୍କ ନାମରେ ଥାନାରେ ହୋଇଛି ମାମଲା । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡାଙ୍କ ନାମରେ ସତ୍ୟବାଦୀ ଥାନାରେ ମାମଲା ରୁଜ କରାଯାଇଛି । ତାଙ୍କୁ ସତ୍ୟବାଦୀ ପୋଲିସ ଥାନାକୁ ଡାକି ତାଙ୍କୁ ପିଆରବଣ୍ଡରେ ଛାଡି ଦେଇଛି । ମାତ୍ର ଏହାଏକ ମିଥ୍ୟା ଅଭିଯୋଗ ନେଇ ଶ୍ରୀ ପଣ୍ଡାଙ୍କ ବୋଉ ସତ୍ୟବାଦୀ ଥାନାରେ ତାଙ୍କର ମାନ ସମ୍ମାନ ଓ ତାଙ୍କ ଉପରେ ଲାଗିଥବା ମିଥ୍ୟା ଆରୋପକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଯଦି ତାଙ୍କ ପୁଅ ଏବେ ମାନସିକ ହରାଇ ବସିଛି । ଯଦି କିଛି ଅଘଟଣ ଘଟିଯାଏ ସେଥିପାଇଁ ସେ ଆରଆଇ ସଂଘ ଓ ସତ୍ୟବାଦୀ ତହସିଲଦାର ଦାୟତ୍ୱରେଥିବା ବିଡିଓ କ୍ଷୀରୋଦ କୁମାର ବେହେରା ଦାୟୀ ରହିବେ ବୋଲି ଏତଲାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ତହସିଲଦାର ଦାୟତ୍ୱରେ ଥିବା ବିଡିଓ ଶ୍ରୀ ବେହେରା କହନ୍ତି ଯେ ବିଧାୟକଙ୍କ ସହିତ ସୁନିଲ କୁମାର ପଣ୍ଡା ଆଲେଚନା ବେଳେ ଆମ ପାଖରେ ଉପସ୍ଥିତ ରହିଥିଲେ ବୋଲି କହନ୍ତି । ଏଣୁ ଏହି ଘଟଣା ଏବେ ନୂଆ ମୋଡ ନେଉଥିବା ଜଣାପଡିଛି । କଥା ଉଠୁଛି ଯଦି ସୁନିଲ ପଣ୍ଡା ବିଧାୟକ ଓ ତହସିଲଦାରଙ୍କ ସହିତ ଆଲେଚନା କରୁଥିଲେ ତା ହେଲେ ତାଙ୍କ ନାମରେ ହୋଇଥିବା ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ଏକରକମ ପ୍ରମାଣିତ ହୋଉଛି । ସେହିପରି ଘଟଣା ଘଟିବା ସମୟରେ ସେଠାରେ ଅନେକ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଉପସ୍ଥିତ ରହିଥିଲେ ସେମାନଙ୍କ ନାମ ନ ଦିଆଯାଇ ଏମାନଙ୍କ ନାମ କାହିଁକି ଦିଆଯାଇଛି ତାହା ଏବେ ପ୍ରଶ୍ନ ହୋଇଉଠିଛି । ଏହା ପଛରେ କାହାର ହାତ ରହିଛି ତାହା ପଦାକୁ ଆସିବା ଦରକାର ବୋଲି ଦଳୀୟ କର୍ମୀ ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୮/୨୦୨୧--=-୮,୪୦
Sakhigopal News, 21/8/2021